ଭୁବନେଶ୍ବର: ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ ନିକଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାଖଲ ହେଲା ମାମଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲା ଦାଖଲ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ପାଇଁ ସୁପାରିଶ କରିଥିଲେ ।
ପ୍ରଦୀପଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହେଲା ମାମଲା - corruption case filed
![ପ୍ରଦୀପଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହେଲା ମାମଲା ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହେଲା ମାମଲା](https://etvbharatimages.akamaized.net/etvbharat/prod-images/768-512-9840737-397-9840737-1607677327411.jpg)
ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହେଲା ମାମଲା
13:09 December 11
ପ୍ରଦୀପଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହେଲା ମାମଲା
ଯାହାକୁ ଗ୍ରହଣ କରିଛନ୍ତି ଲୋକାୟୁକ୍ତ । ଖୁବଶୀଘ୍ର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଜର ହେବା ପାଇଁ ନୋଟିସ ଦେବେ ଲୋକାୟୁକ୍ତ। ତେବେ ଲୋକାୟୁକ୍ତଙ୍କୁ ସୁପାରିଶ କରାଯିବାରେ ଏହା ରାଜ୍ୟର ପ୍ରଥମ ମାମଲା ।
ତେବେ ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳର ପ୍ରାଥମିକ ସଦର୍ୟତା ପଦରୁ ବହିଷ୍କୃତ କରିଥିଲେ । ଏହାପରେ ପାଠକ ଲିଙ୍କ, ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Dec 11, 2020, 2:57 PM IST