ଓଡିଶା

odisha

ETV Bharat / city

ବାଥରୁମରେ ଫସିଗଲା ନାଗ - ଭୁବନେଶ୍ବର ନାଗ

ଭୁବନେଶ୍ବର ପୋଖରୀପୁଟ ଅଞ୍ଚଳରେ ଅଭାବନୀୟ ଘଟଣା । ବାଥରୁମରେ ପଶି ଫସିଗଲା ଏକ ବିଷଧର ନାଗ ସାପ । ସ୍ନେକ ହେଲ୍ପଲାଇନ ସହାୟତାରେ ସାପକୁ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି । ଅଧିକ ପଢନ୍ତୁ...

ବାଥରୁମରେ ପଶି ଫସିଗଲା ନାଗ
ବାଥରୁମରେ ପଶି ଫସିଗଲା ନାଗ

By

Published : Nov 11, 2021, 9:58 PM IST

ଭୁବନେଶ୍ବର: ଭୁବନେଶ୍ବର ପୋଖରୀପୁଟ ଅଞ୍ଚଳରେ ଅଭାବନୀୟ ଘଟଣା । ବାଥରୁମରେ ପଶି ଫସିଗଲା ଏକ ବିଷଧର ନାଗ ସାପ । ସ୍ନେକ ହେଲ୍ପଲାଇନ ସହାୟତାରେ ସାପକୁ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି ।

ଭୁବନେଶ୍ବର ପୋଖରୀପୁଟ ପ୍ଲଟ ନଂ 558/B ରେ ରୁହନ୍ତି ଅଜୟ ମୁଖାର୍ଜୀଙ୍କ ପରିବାର । ପରିବାର ଲୋକ ସକାଳୁ ବାଥରୁମରେ ସାପକୁ ଦେଖି ଭୟଭୀତ ହୋଇଯାଇଲେ । ଅଜୟଙ୍କ ପତ୍ନୀ ଦୀପ୍ତିମୟୀ ମୁଖାର୍ଜୀ କିନ୍ତୁ ସାହାସର ସହିତ ବାଥ ରୁମକୁ ଯାଇ ଏହା ନାଗ ସାପ ବୋଲି ଚିହ୍ନଟ କରିଥିଲେ । ଶବ୍ଦ ଶୁଣି ସାପଟି ବାଥରୁମ ଜାଲି ବାଟେ ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ଦୁର୍ଭାଗ୍ୟକୁ ଜାଲିରେ ମୁଣ୍ଡ ପୁରେଇ ଅଧା ବାଟ ଯାଇ ଫସିଯାଇଛି । ଆଉ ନା ଆଗକୁ ଯାଇପାରୁଥିଲା ନା ପଛକୁ ଆସି ପାରୁଥିଲା । ମଝିରେ ଫସି ରହି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲା । କବାଟ ବନ୍ଦକରି ସାପକୁ ଉଦ୍ଧାର କରିବା ଲାଗି ଦୀପ୍ତିମୟୀ ସ୍ନେକ ହେଲ୍ପ ଲାଇନର ସହଯୋଗ ଲୋଡିଥିଲେ ।

ବାଥରୁମରେ ପଶି ଫସିଗଲା ନାଗ

ସୂଚନା ପାଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । କବାଟ ତଳେ ମୁଣ୍ଡ ବାହାର କରିଥିବା ଅବସ୍ଥାରେ ସାପକୁ ସାହସୀ ଦୀପ୍ତିମୟୀ ଏକ କାଠ ବଟମ୍ ସାହାଯ୍ୟରେ ଚାପି ଧରିଥିଲେ । ଶୁଭେନ୍ଦୁ ଉଦ୍ଧାର କରିବା ପାଇଁ ବାଥରୁମ କବାଟ ଖୋଲି ଦେଖିବା ବେଳକୁ ନାଗ ସାପଟି ଦେହରେ ଏକ ଷ୍ଟିଲ ଜାଲି ପଶିଛି ଏବଂ ଡ୍ରେନ ଗାତ ମୁକୁଳା ପଡିଛି । ଅର୍ଥାତ ଷ୍ଟିଲ ଜାଲି ଭିତର ଦେଇ ସାପଟି ବାହାରିବାକୁ କରୁଥିବା ଚେଷ୍ଟାରେ ସଫଳ ସିନା ହେଲାନାହିଁ । ହେଲେ ଜାଲିଟିକୁ ସମ୍ପୂର୍ଣ୍ଣ ଓପାଡ଼ି ଦେବାରେ ସକ୍ଷମ ହୋଇଛି । ସାପ ଦେହରେ ଷ୍ଟିଲ ଜାଲି କଷି କରି ଫସି ଯାଇଥିବାରୁ ସେଇ ସ୍ଥାନରେ ଏକୁଟିଆ କାଟି ସାପକୁ ମୁକ୍ତ କରିବା ସମ୍ଭବ ନଥିଲା । ତେଣୁ ଜାଲିବଦ୍ଦ ପ୍ରାୟ 4 ଫୁଟ ଲମ୍ବର ସାପକୁ ଶୁଭେନ୍ଦୁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ ।

ବିଷଧର ନାଗ ସାପରକୁ ଧରି ଜାଲିକୁ କାଟି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଓ ସିଲକା ସେଲୋନୀ ସହଯୋଗରେ ମିଳିତ ଭାବରେ ନାଗକୁ ମୁକ୍ତ କରିବା ଅଭିଯାନ ଆରମ୍ଭ କରିଥିଲେ ଶୁଭେନ୍ଦୁ । ପ୍ଲାଷ୍ଟିକ ରିଷ୍ଟ୍ରେନିଂ ଟ୍ୟୁବ ଭିତରେ ଜାଲି ପର୍ଯ୍ୟନ୍ତ ଭର୍ତ୍ତି କରି ସିଲକା ସେଲୋନୀ ସାପର ମୁଣ୍ଡକୁ ଅକ୍ତିଆର କରି ରଖିବା ପରେ, ଆଶିଷ ପ୍ଲାୟର୍ସ ଦ୍ବାରା ଜାଲିକୁ ଧୀରେ ଧୀରେ କାଟିଥିଲେ । 10 ମିନିଟରେ ଷ୍ଟିଲ ଜାଲି କଟିଗଲା ଓ ନାଗ ସାପଟି ମୁକ୍ତ ହୋଇଥିଲା । ପରୀକ୍ଷା ପରେ ସାପ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details