ଭୁବନେଶ୍ବର: 3 ଦିନିଆ ଓଡିଶା ଗସ୍ତରେ ଆସିବେ ଓଡିଶା କଂଗ୍ରେସ ପ୍ରଭାରୀ ଡ଼ ଚେଲ୍ଲା କୁମାର। ଅଗଷ୍ଟ 30 ରୁ ସେପ୍ଟେମ୍ବର 1 ଯାଏ ଓଡିଶାରେ ରହି ଦଳୀୟ ନେତାଙ୍କ ସହ ଆଲୋଚନା କରିବେ କଂଗ୍ରେସ ପ୍ରଭାରୀ । ସେପ୍ଟେମ୍ବର ୧ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଚେଲ୍ଲାଙ୍କ ଗସ୍ତ ଗୁରୁତ୍ବବହନ କରୁଛି ।
ଚେଲ୍ଲା କୁମାରଙ୍କ 3 ଦିନିଆ ଓଡିଶା ଗସ୍ତ କଂଗ୍ରେସ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବ। ବିଧାନସଭା ପୂର୍ବରୁ ବିଧାୟକ ଦଳର ବୈଠକରେ ଯୋଗ ଦେବେ ଚେଲ୍ଲା କୁମାର। ବିଧାନସଭାରେ କଂଗ୍ରେସର କଣ ରଣନୀତି ରହିବ, ସେନେଇ ବୈଠକରେ ଆଲୋଚନା ହେବ। ସରକାରଙ୍କୁ କେଉଁ ପ୍ରସଙ୍ଗରେ ଦଳ ଘେରିବ, ସମ୍ପୂର୍ଣ୍ଣ ଅଧିବେଶନରେ ଦଳର କଣ ଆଭିମୁଖ୍ୟ ରହିବ ତାହା ବୈଠକରେ ସ୍ଥିର ହେବା ନେଇ ସୂଚନା ରହିଛି ।