ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡକୁ ନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ । ଏପଟେ ଯେଉଁମାନଙ୍କର ବିସ୍ଫୋରଣରେ ଗାଡି ଭାଙ୍ଗିଯାଇଛି, ସେହିମାନେ ବି ଥାନାରେ ମାମଲା ରୁଜୁ କରିଛନ୍ତି ।
ରାଜଭବନ ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡକୁ ନେଇ ଥାନାରେ ମାମଲା ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡକୁ ନେଇ କ୍ୟାପିଟାଲ ଥାନାରେ ମକଦ୍ଦମା ରୁଜୁ କରାଯାଇଛି । କେସ ନମ୍ବର 401, ସେକ୍ସନ 285, 286 337, 338 ଧାରା ଲଗିଛି । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ପେଟ୍ରୋଲ ପମ୍ପରେ ବୁଧବାର 4 ଜଣ କାମ କରୁଥିଲେ । ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଜଣେ ନିଖୋଜ ରହିଥିବାବେଳେ ଆଉ ଜଣେ ସୁସ୍ଥ ରହିଛନ୍ତି ।
ଏପଟେ କମିଶନରେଟର ଦକ୍ଷ ପୋଲିସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି । ଯାହା ଜଣାପଡୁଛି ଆଇସିଓଏଲ ପକ୍ଷରୁ ପେଟ୍ରୋଲ ଟ୍ୟାଙ୍କିରେ କାମ କରାଯାଉଥିଲା । କାହାର ତତ୍ତ୍ବାବଧାନରେ କାମ କରାଯାଉଥିଲା ଏନେଇ ସମସ୍ତ ଦିଗ ଆଡୁ ତଦନ୍ତ କରାଯିବ ।
ଅନ୍ୟପଟେ ଗତକାଲି ପେଟ୍ରୋଲ ପମ୍ପର ବିସ୍ଫୋରଣରେ ପେଟ୍ରୋଲ ପକାଉଥିବା ଲୋକଙ୍କର ବିସ୍ଫୋରଣରେ ଗାଡି ଭାଙ୍ଗିଯାଇଥିବା ବେଳେ ସେମାନେ ଆଜି କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛନ୍ତି । ସେମାନଙ୍କର 3ଟି କାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ବେଳେ ଏହାର ଖର୍ଚ୍ଚ କିଏ ବହନ କରିବ । ଏଭଳି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ