ଓଡିଶା

odisha

ଟୀକାକରଣରେ ଇତିହାସ ରଚିଲା ଭାରତ, ବାଲୁକାକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ଟୀକାକରଣର ଏହି ଉପଲବ୍ଧିକୁ ନେଇ ବାଲୁକାକଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

By

Published : Oct 21, 2021, 7:33 PM IST

Published : Oct 21, 2021, 7:33 PM IST

ଟୀକାକରଣରେ ଇତିହାସ ରଚିଲା ଭାରତ, ବାଲୁକାକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା
ଟୀକାକରଣରେ ଇତିହାସ ରଚିଲା ଭାରତ, ବାଲୁକାକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ:ଟୀକାକରଣରେ ଇତିହାସ ରଚିଛି ଭାରତ । ଦେଶରେ ୧୦୦ କୋଟି ଡୋଜ୍ ଛୁଇଁଛି ଟୀକାକରଣ । ଏହି ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ । ଟୀକାକରଣର ଏହି ଉପଲବ୍ଧିକୁ ନେଇ ବାଲୁକାକଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଭ୍ୟାକ୍ସିନ ସେଞ୍ଚୁରୀକୁ ଉତ୍ସର୍ଗ କରି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ପୁରୀ ବେଳାଭୂମିରେ ହୋଇଛି ଏହି ବାଲୁକାକଳା । ସୁଦର୍ଶନଙ୍କ ବାଲୁକା କଳାକୁ ରିଟ୍ବିଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

କୋରୋନା ବିରୋଧି ଲଢେଇରେ ଭାରତ ମାଇଲଖୁଣ୍ଟ ସ୍ଥାପନ କରିଛି । ଆଜି ଦେଶରେ ୧୦୦ କୋଟି ପାର୍ କରିଛି ଟୀକାକରଣ । ଭାରତର ଏହି ବିରଳ ରେକର୍ଡ ସହ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବାକୁ ସମଗ୍ର ଦେଶରେ ଆୟୋଜିତ ହେବ ସ୍ବତନ୍ତ୍ର ଉତ୍ସବ ।

ABOUT THE AUTHOR

...view details