ଭୁବନେଶ୍ବର: ଖୁବ ଶୀଘ୍ର ଉନ୍ମୋଚନ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ଜୀବନ ଉପରେ ଆଧାରିତ ପୁସ୍ତକ 'ଆଡ଼ଭେଞ୍ଚର୍ସ ଅଫ ଦି ଡେଆରଡେଭିଲ ଡେମୋକ୍ରାଟ ' । ବିଜୁବାବୁଙ୍କ 104 ତମ ଜନ୍ମଜୟନ୍ତୀ ଉପଲକ୍ଷେ ମାର୍ଚ୍ଚ 6 ତାରିଖରେ ଏହି ପୁସ୍ତକଟିକୁ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଭୁବନେଶ୍ବରରେ କଳିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କଳିଙ୍ଗ ଫାଉଣ୍ଡେସନର ସଭ୍ୟ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ।
ଖୁବଶୀଘ୍ର ବିଜୁବାବୁଙ୍କ ଦୁଃସାହସିକ କାହାଣୀ ପଢିବେ ପାଠକ - bhubaneswar news
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ଜୀବନ ଉପରେ ଆଧାରିତ ପୁସ୍ତକ 'ଆଡ଼ଭେଞ୍ଚର୍ସ ଅଫ ଦି ଡେଆରଡେଭିଲ ଡେମୋକ୍ରାଟ' ମାର୍ଚ୍ଚ 6 ଉନ୍ମୋଚନ ହେବ । ପୁସ୍ତକଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିବେ ।
ଖୁବ ଶୀଘ୍ର ଉନ୍ମୋଚନ ହେବ ବିଜୁବାବୁଙ୍କ ଦୁଃସାହାସିକ ଜୀବନୀ ଉପରେ ଆଧାରିତ ପୁସ୍ତକ
ଖୁବ ଶୀଘ୍ର ଉନ୍ମୋଚନ ହେବ ବିଜୁବାବୁଙ୍କ ଦୁଃସାହାସିକ ଜୀବନୀ ଉପରେ ଆଧାରିତ ପୁସ୍ତକ
ଦିଲ୍ଲୀ କ୍ରିଏଟିଭ ୱାର ହାଉସ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ବିଜୁ ବାବୁଙ୍କ ଜୀବନର ଅନେକ ଘଟଣା ସ୍ଥାନ ପ୍ରକାଶ ପାଇଛି । ଲୋକାର୍ପଣ ଉତ୍ସଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବେ । ଉକ୍ତ ପୁସ୍ତକରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଲାଗି ଚିତ୍ରକଥା ଶୈଳୀରେ ବିଜୁବାବୁଙ୍କ ଦୁଃସାହସିକ ଜୀବନ କାହାଣୀ ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ