ଓଡିଶା

odisha

ETV Bharat / city

ମାଟ୍ରିକ ପରୀକ୍ଷା ଦେଇପାରିବେ ୧୯-୨୦ର ନବମ ଛାତ୍ରଛାତ୍ରୀ - ୨୦୧୯-୨୦ ଶିକ୍ଷାବର୍ଷ

୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ଓଡିଆ ମାଧ୍ୟମ ଛାତ୍ରଛାତ୍ରୀ ୨୦୨୧ ମେ' ମାସରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ମେ' ମାସରେ ମାଟ୍ରିକ ସାର୍ଟିଫିକେଟ୍ ପରୀକ୍ଷା
ମେ' ମାସରେ ମାଟ୍ରିକ ସାର୍ଟିଫିକେଟ୍ ପରୀକ୍ଷା

By

Published : Feb 9, 2021, 7:05 PM IST

Updated : Feb 9, 2021, 8:10 PM IST

ଭୁବନେଶ୍ବର: ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ' ମାସରେ ପରୀକ୍ଷା ଦେଇପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ ବୋଲି ଏନେଇ ଆଜି(ମଙ୍ଗଳବାର) ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହା ସବୁ ଓଡିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ ।

ମେ' ମାସରେ ମାଟ୍ରିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ ନବମ ଛାତ୍ରଛାତ୍ରୀ

ସୂଚନାଯୋଗ୍ୟ ଯେ, କୋଭିଡ ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନଥିଲା । ପରବର୍ତ୍ତୀ ସମୟରେ ୨୦୨୧ ଜାନୁଆରୀରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ କୋଭିଡ ନିୟମାବଳୀ ପାଳନ କରି ସ୍କୁଲ ଖୋଲାଯାଇଛି ।

ମେ' ମାସରେ ମାଟ୍ରିକ ସାର୍ଟିଫିକେଟ୍ ପରୀକ୍ଷା

ତଥାପି ପିଲାମାନଙ୍କର ମାନସିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପିଲାମାନଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଡାଉନ କ୍ଲିୟର ପାଇଁ ସ୍ବତନ୍ତ୍ର କ୍ଲାସ ମଧ୍ୟ ବିଦ୍ୟାଳୟ ସ୍ତରରେ କରାଯିବ । ସେହିପରି ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୧ ମେ' ମାସରେ ଯୁକ୍ତ ଦୁଇ ପରୀକ୍ଷା ଦେଇପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 9, 2021, 8:10 PM IST

ABOUT THE AUTHOR

...view details