ଭୁବନେଶ୍ବର:ଆସନ୍ତାକାଲି(ସୋମବାର) ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀଙ୍କ ପାଠପଢା ବିଦ୍ୟାଳୟ ପରିସରରେ ଆରମ୍ଭ ହେବାକୁ ଯାଉଛି । ଶିକ୍ଷାନୁଷ୍ଠାନମାନଙ୍କରେ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା SOPର ସଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହାକୁ ତଦାରଖ କରିବା ପାଇଁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବାଣୀବିହାର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି ।
ଗଣଶିକ୍ଷାମନ୍ତ୍ରୀ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ବ୍ୟବସ୍ଥା ସମ୍ପର୍କରେ ଆଲୋଚାନ କରିଛନ୍ତି । କଠିନ ବିଷୟ ଯେପରି ବିଜ୍ଞାନ ଗଣିତ ଇଂରାଜୀ ବିଷୟଗୁଡିକର ଅଧିକ କ୍ଲାସ କରାଯିବ । ତେବେ ଶିକ୍ଷକମାନଙ୍କ ଅଭାବକୁ ଦୂରୀଭୂତ କରିବା ପାଇଁ B.ED ଓ ସ୍ନାତକ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଅନୁମତି ଦିଆଯିବ ।