ଓଡିଶା

odisha

ରାଜ୍ୟରେ ସୁସ୍ଥ ହେଲେ 99 ଆକ୍ରାନ୍ତ, ମୋଟ ସୁସ୍ଥ 1993

ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ସୋମବାର ପୁଣି ରାଜ୍ୟରେ ସର୍ବାଧିକ ଭାବରେ 99 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 1993 ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 2994 କୋରୋନା ଆକ୍ରାନ୍ତ ରହିଥିବା ବେଳେ 1993 ଜଣ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Jun 8, 2020, 4:44 PM IST

Published : Jun 8, 2020, 4:44 PM IST

Updated : Jun 8, 2020, 6:41 PM IST

ରାଜ୍ୟରେ ସୁସ୍ଥ ହେଲେ 99 ଆକ୍ରାନ୍ତ, ମୋଟ ସୁସ୍ଥ 1993
ରାଜ୍ୟରେ ସୁସ୍ଥ ହେଲେ 99 ଆକ୍ରାନ୍ତ, ମୋଟ ସୁସ୍ଥ 1993

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଯାହାକି ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ସୋମବାର ପୁଣି ରାଜ୍ୟରେ ସର୍ବାଧିକ ଭାବରେ 99 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 1993 ରେ ପହଞ୍ଚିଛି ।

ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାଜପୁରରେ 16 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ 13, କେନ୍ଦ୍ରାପଡାରେ 11, ଗଞ୍ଜାମରେ 9, ଦେବଗଡରେ 8, କଟକରେ ଓ ଜଗତସିଂହପୁରରେ 7, ବାଲେଶ୍ବରରେ, ବରଗଡ଼ରେ ଓ ବଲାଙ୍ଗୀରରେ 6 ଲେଖାଏଁ , କେନ୍ଦୁଝରରେ 4, ନୟାଗଡରେ 3, କୋରପୁଟ, ସମ୍ବଲପୁର, ସୁନ୍ଦରଗଡରେ ଜଣେ ଲେଖାଁଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମସ୍ତ କୋଭିଡ଼ ଡାକ୍ତରଖାନା, ଡାକ୍ତର, ନର୍ସ, ପରାମେଡିସ୍କ, ଏଏନଏମ, ଆଶା ଦିଦି, ଅଙ୍ଗନବାଡି କର୍ମୀ, ଶିକ୍ଷକ ସରପଞ୍ଚ, ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି । ଯାହା ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଅଧିକ ସୁସ୍ଥ ସଂଖ୍ୟା ରହିଛି । ତେବେ ରାଜ୍ୟରେ 2994 ଆକ୍ରାନ୍ତ ରହିଥିବା ବେଳେ 1993 ଜଣ ସୁସ୍ଥ ହୋଇଛନ୍ତି ।

ସେପେଟେ ଆକ୍ରନ୍ତଙ୍କ ମଧ୍ୟରୁ ଭୁବନେଶ୍ବର ଡମଣା ଅଞ୍ଚଳର 25 ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜେଟିଭି ଆସିଛି । ବର୍ତ୍ତମାନ ସେ ହୋମକ୍ବାରେଣ୍ଟାଇନରେ ଥିବା ବେଳେ ମୁମ୍ବାଇରୁ ସେ ଫରିଥିଲେ । ସେପଟେ ଶୈଳଶ୍ରୀବିହାରର 23 ବର୍ଷିୟ ଯୁବକ ସୁସ୍ଥ ହୋଇଛନ୍ତି । ନୟାପଲ୍ଲୀର 46 ବର୍ଷୀୟ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 89, ସୁସ୍ଥ ହୋଇଛନ୍ତି 53 । ସକ୍ରିୟ ମାମଲା 33 ଥିବା ବେଳେ ମୃତକଙ୍କ ସଂଖ୍ୟା 3 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 8, 2020, 6:41 PM IST

ABOUT THE AUTHOR

...view details