ଓଡିଶା

odisha

୫ ମାସରେ ପୂର୍ବତଟ ରେଳପଥର 94.26 ନିୟୁତ ଟନ ପଣ୍ୟ ପରିବହନ

By

Published : Sep 1, 2021, 9:32 PM IST

ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ବା ଏପ୍ରିଲ ପହିଲାରୁ ଅଗଷ୍ଟ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଦ୍ୱାରା 94.26 ନିୟୁତ ଟନ୍ ପଣ୍ୟ ପରିବହନ କରିଛି । ଅଧିକ ପଢ଼ନ୍ତୁ...

ପାଞ୍ଚ ମାସରେ ପୂର୍ବତଟ ରେଳପଥର 94.26 ନିୟୁତ ଟନ ପଣ୍ୟ ପରିବହନ
ପାଞ୍ଚ ମାସରେ ପୂର୍ବତଟ ରେଳପଥର 94.26 ନିୟୁତ ଟନ ପଣ୍ୟ ପରିବହନ

ଭୁବନେଶ୍ବର:ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ବା ଏପ୍ରିଲ ପହିଲାରୁ ଅଗଷ୍ଟ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଦ୍ୱାରା 94.26 ନିୟୁତ ଟନ୍ ପଣ୍ୟ ପରିବହନ କରିଛି । ପୂର୍ବ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚମାସ ମଧ୍ୟରେ ପରିବହନ ଠାରୁ ଏହା ଅଧିକ ବୋଲି କୁହାଯାଉଛି ।

ପାଞ୍ଚ ମାସରେ ପୂର୍ବତଟ ରେଳପଥର 94.26 ନିୟୁତ ଟନ ପଣ୍ୟ ପରିବହନ


ପୂର୍ବତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ 2021-22 ଆର୍ଥିକ ବର୍ଷରେ ଦୈନିକ ଯେତିକି ୱାଗନ୍ ବ୍ୟବହାର କରିଛି ତାହା ପୂର୍ବ ଆର୍ଥିକ ବର୍ଷରେ ବ୍ୟବହାର କରାଯାଇଥିବା ୱାଗନଠାରୁ ଅଧିକ । ୱାଗନ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥର ପ୍ରାୟ 30 ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ପାଞ୍ଚ ମାସରେ ପୂର୍ବତଟ ରେଳପଥର 94.26 ନିୟୁତ ଟନ ପଣ୍ୟ ପରିବହନ

ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ୍ 2021 ଅଗଷ୍ଟ ପର୍ଯ୍ୟନ୍ତ ପଣ୍ୟ ପରିବହନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାସହ ଗତ ଏପ୍ରିଲ ମାସରୁ ଅଗଷ୍ଟ ମାସ ମଧ୍ୟରେ ସମୁଦାୟ ପଣ୍ୟ ପରିବହନ କ୍ଷେତ୍ରରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ 63.06 ନିୟୁତ ଟନ ପଣ୍ୟ ପରିବହନ କରିଛି । ଏହା ଭାରତୀୟ ରେଳବାଇର ସର୍ବାଧିକ ଲୋଡିଂ ଡିଭିଜନ୍ ମଧ୍ୟରେ ଶୀର୍ଷରେ ସ୍ଥାନ ପାଇଛି । କେବଳ ଅଗଷ୍ଟ ମାସରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ 13.12ନିୟୁତ ଟନ ପଣ୍ୟ ପରିବହନ କରିଛି ।

ଏହି ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ତାଳଚେରରେ ସର୍ବଶ୍ରେଷ୍ଠ ଲୋଡିଂ ରେକର୍ଡ କରିଛି । ଦିନକୁ 53.3 ରେକ୍ (1655 ୱାଗନ୍) ଲୋଡ୍ କରି ଜୁଲାଇର ରେକର୍ଡ ହୋଇଥିବା 51.4 ରେକ୍ (1594 ୱାଗନ୍) କୁ ଅତିକ୍ରମ କରିଛି ।

କେବଳ ଅଗଷ୍ଟ ମାସରେ, ଭାରତୀୟ ରେଳବାଇ 110.55 ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହା ଯେ କୌଣସି ବର୍ଷ ଅଗଷ୍ଟ ମାସ ତୁଳନାରେ ସର୍ବାଧିକ । ପୂର୍ବରୁ ସର୍ବୋତ୍ତମ 99.6 ନିୟୁତ ଟନ ପଣ୍ୟ 2018 ଅଗଷ୍ଟରେ ପରିବହନ କରାଯାଇଥିଲା । ଗତ 12 ମାସ ହେଲା ଭାରତୀୟ ରେଳବାଇ କ୍ରମାଗତ ଭାବରେ ଏକ ଉଲ୍ଲେଖନୀୟ ପଣ୍ୟ ପରିବହନ କରିଆସୁଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details