ଓଡିଶା

odisha

ETV Bharat / city

Odisha Corona Update; 24 ଘଣ୍ଟାରେ ୧୧୬ ଶିଶୁ ପଜିଟିଭ ଚିହ୍ନଟ - କୋରୋନା ପଜିଟିଭ

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୯୧୧ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ..

ତୃତୀୟ ଲହର ଆଶଙ୍କା , ପୁଣି ଆକ୍ରାନ୍ତ ହେଲେ ୧୧୬ ଶିଶୁ,  ଦିନକରେ ୯୧୧ ପଜିଟିଭ ଚିହ୍ନଟ
ତୃତୀୟ ଲହର ଆଶଙ୍କା , ପୁଣି ଆକ୍ରାନ୍ତ ହେଲେ ୧୧୬ ଶିଶୁ, ଦିନକରେ ୯୧୧ ପଜିଟିଭ ଚିହ୍ନଟ

By

Published : Aug 21, 2021, 8:52 AM IST

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ସଂକ୍ରମଣ ହ୍ରାସ ହୋଇଥିଲେ ମଧ୍ୟ ଏବେ କୋରୋନା କବଳରେ ଶିଶୁ ଓ କିଶୋର-କିଶୋରୀ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୯୧୧ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ତୃତୀୟ ଲହର ନେଇ ଏବେ ଆଶଙ୍କା ବଢିବାରେ ଲାଗିଛି ।

ସେହି ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୩୧ ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ ୩୮୦ଟି ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨୩, ବାଲେଶ୍ବରରୁ ୫୧, ବରଗଡ଼ରୁ ୭, ଭଦ୍ରକରୁ ୧୨, ବଲାଙ୍ଗୀରରୁ ୫, କଟକରୁ ୮୮, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୧୬, ଗଜପତିରୁ ୬, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୪୯, ଝାରସୁଗୁଡାରୁ ୨, କଳାହାଣ୍ତିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୧, କେନ୍ଦୁଝରରୁ ୧୦, କୋରାପୁଟରୁ ୬, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୩୮, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୧୯, ପୁରୀ ୩୦, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୮, ସୋନପୁରରୁ ୩, ଏବଂ ଷ୍ଟେଟ ପୁଲ୍‌ରୁ୭୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details