ଭୁବନେଶ୍ବର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା । ପୁଣି ବୁଧବାର ସର୍ବାଧିକ 91ଟି ପଜିଟିଭ ରିପୋର୍ଟ ହୋଇଛି । ସେଥିମଧ୍ୟରୁ ମଞ୍ଚେଶ୍ୱରରୁ ସର୍ବାଧିକ 26 ଚିହ୍ନଟ ହୋଇଛି ।
ତେବେ ସଙ୍ଗରୋଧ କେନ୍ଦ୍ରରୁ 72ଟି ଚିହ୍ନଟ ହୋଇଥିବା ବେଳେ, 19ଟି ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି 99 ଜଣ ଆକ୍ରାନ୍ତ । ସେହିପରି 26 ଜଣ ମଞ୍ଚେଶ୍ୱର ଅଞ୍ଚଳର ଫ୍ଲୋର ମିଲର କର୍ମଚାରୀ ଅଟନ୍ତି। ସେହିପରି 9 ଜଣ ରାଜମହଲ ନିକଟରେ ଏକ ବିଲଡିଂରେ କାମ କରୁଥିବା ଶ୍ରମିକ ରହିଛନ୍ତି । 14 ଜଣ ହେଉଛନ୍ତି ଆଇଆରସି ଭିଲେଜ ନିକଟସ୍ଥ ଗଣପତି ନଗର ବସ୍ତିର । 2 ଜଣ ୟୁନିଟ-8ର ସରକାରୀ କର୍ମଚାରୀ, 2 ଜଣ ଆଇଗିଣିଆ ଅଞ୍ଚଳର, ଆଉ 2 ହେଉଛନ୍ତି ମଞ୍ଚେଶ୍ୱର ଅଞ୍ଚଳର । ସେହପିରି ନୟାପଲ୍ଲୀ ତ୍ରୀନାଥ ବସ୍ତିରୁ 3, ଚିନ୍ତାମଣିଶ୍ୱର, ସାଲିଆସାହିର ଆଦିବାସୀ ବସ୍ତି, ବିଜେବି ନଗର ବିଜୟ ଲକ୍ଷ୍ମୀ ବସ୍ତି, ଝାରପଡ଼ା, ଓଲ୍ଡଟାଉନ, ୟୁନିଟ-9, ସାଲିଆ ସାହିର ଶ୍ରୀ କୃଷ୍ଣ ନଗର, ଭୀମପୁର, ନୀଳାଦ୍ରି ବିହାର, ପଟିଆ, ଏବଂ ରସୁଲଗଡରୁ ଜଣେ ଲେଖେଁ ଚିହ୍ନଟ ହୋଇଛନ୍ତି।