ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମୁଛି ସଂକ୍ରମଣ । ଗତ 24 ଘଣ୍ଟାରେ 902 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 30 ଟି ଜିଲ୍ଲାରୁ ସମୁଦାୟ 902 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 523 ଚିହ୍ନଟ ହୋଇଥିବା ବେଳେ 379 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 307906ରେ ପହଞ୍ଚିଛି ।
ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 68 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 70, ଅନୁଗୁଳରେ 50, ବାଲେଶ୍ବରରେ 39, ବରଗଡରେ 37, ଭଦ୍ରକରେ 8, ବଲାଙ୍ଗୀରରେ 37, ବୌଦ୍ଧରେ 26, ଢେଙ୍କାନାଳରେ 17, ଗଂଜାମରେ 8, ଗଜପତିରେ 4, ଦେଓଗଡରେ 2, ଜଗତସିଂହପୁରରେ 42, ଯାଜପୁରରେ 25, ଝରସୁଗୁଡ଼ାରେ 23, କଳାହାଣ୍ଡିରେ 16, କନ୍ଧମାଳରେ 6, କେନ୍ଦ୍ରାପଡାରେ 36, କେନ୍ଦୁଝରରେ 51, କୋରାପୁଟରେ 10, ମାଲକାନଗିରିରରେ 5 ଚିହ୍ନଟ ହୋଇଛନ୍ତି ।