ଭୁବନେଶ୍ବର: ରାଜଧାନୀରେ ବଢ଼ିବାରେ ଲାଗିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଭୁବନେଶ୍ବରରେ ଆଜି (ବୁଧବାର) ଗୋଟିଏ ଦିନରେ 90 କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହେଇଥିବା 90 ପଜିଟିଭ କେସ ମଧ୍ୟରୁ 63 ଜଣ ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 27 ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।
ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା । ହୋମ କ୍ଵାରେଣ୍ଟାଇନଙ୍କ ମଧ୍ୟରୁ ରସୁଲଗଡ, ନୟାପଲ୍ଲୀ, 3 ଜଣ କୋଲଥିଆ, ଝାରପଡ଼ା, ୟୁନିଟ-6 ଗଙ୍ଗନଗର, 7 ଜଣ ସାଳିଆ ସାହି, 5 ଜଣ ସରକାରୀ କ୍ଵାରେନଣ୍ଟାଇନ କେନ୍ଦ୍ରରୁ, ସରକାରୀ ହସ୍ପିଟାଲରୁ ଜଣେ, 2 ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳରୁ, ଜଣେ ଖଣ୍ଡଗିରି, ଜଣେ ଡୁମଡୁମା, ନୟାପଲ୍ଲୀ ବେହେରାସାହି, 9 ଜଣ ସରକାରୀ କ୍ଵାରେଣ୍ଟାଇନ କେନ୍ଦ୍ରରୁ, 4 ଜଣ ଅନ୍ୟ ଏକ ସରକାରୀ କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।
ଏହାସହ ଏକ ଘରୋଇ ହସ୍ପିଟାଲ, ଜଣେ ପୋଖରିପୁଟର ଲିଙ୍ଗରାଜ ବିହାର, ଜଣେ ରସୁଲଗଡ, ଆଉ ଜଣେ ନୟାପଲ୍ଲୀ , ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ, 10 ଜଣ ପାହାଳ ଅଞ୍ଚଳର,ଚକେଇସିଆଣି, ହାଂସୁପାଳ, ନାଗାଶ୍ବର ଟାଙ୍ଗି, ଗଣ୍ଡମୁଣ୍ଡା, ମଞ୍ଚେଶ୍ବର, ପାହାଳ, 2 ଜଣ ସରକାରୀକ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ କରାଯାଇଛି ।