ଓଡିଶା

odisha

ETV Bharat / city

ବଢି ଚାଲିଛି ବ୍ରାଉନସୁଗାର କାରବାର; ଏସଟିଏଫର ଚଢାଉ, 5 ଦିନରେ 9 ଗିରଫ - 9 peddler arrested in 5 days in odisha

ରାଜ୍ୟରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବଢି ଚାଲିଥିବାବେଳେ ଏହା ଉପରେ ତୀକ୍ଷ୍ନ ନଜର ରଖିଛି ଏସଟିଏଫ । 5 ଦିନରେ ତିନୋଟି ସ୍ଥାନରୁ 9 ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ। ଏଥିସହ 63 ଗ୍ରାମର ବ୍ରାଉନସୁଗାର, 8 ଲକ୍ଷ 54 ହଜାର ଟଙ୍କା ଜବତ କରିଛି ଏସଟିଏଫ।

9 peddler arrested
ବଢିଚାଲିଛି ବ୍ରାଉନସୁଗାର କାରବାର; ଏସଟିଏଫର ଚଢାଉ, 5 ଦିନରେ 9 ଗିରଫ

By

Published : Jan 9, 2020, 11:07 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବଢି ଚାଲିଥିବାବେଳେ ଏହା ଉପରେ ତୀକ୍ଷ୍ନ ନଜର ରଖିଛି ଏସଟିଏଫ । 5 ଦିନରେ ତିନୋଟି ସ୍ଥାନରୁ 9 ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ। ଏଥିସହ 63 ଗ୍ରାମର ବ୍ରାଉନସୁଗାର, 8 ଲକ୍ଷ 54 ହଜାର ଟଙ୍କା ଜବତ କରିଛି ଏସଟିଏଫ।

ସୂଚନା ଅନୁଯାୟୀ, ଗତ 5 ତାରିଖରେ ଏସଟିଏଫର ଏକ ଟିମ୍‌ ପୁରୀରେ ଚଢାଉ କରି 10 ଗ୍ରାମ ବ୍ରାଉନ ସୁଗାର, ଦୁଇଟି ବାଇକ୍‌, 5 ଲକ୍ଷ 97 ହଜାର ଟଙ୍କା ଜବତ କରିବା ସହ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ଚଢାଉ କରି 35 ଗ୍ରାମ ବ୍ରାଉନସୁଗାର ଓ ଏକ ଲକ୍ଷ 47 ହଜାର ଟଙ୍କା ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ।

ସେହିଭଳି ଗତ 8 ତାରିଖରେ ଢେଙ୍କାନାଳର ଏକ ଅଞ୍ଚଳରୁ ଡଢାଉ କରି 18 ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ ଓ 1 ଲକ୍ଷ 10 ହଜାର ଟଙ୍କାକୁ ଜବତ କରିବା ସହ ଜଣେଙ୍କୁ ଗିରଫ କରିଛି ପୋଲିସ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details