ଭୁବନେଶ୍ବର: ଦେଶ ସମେତ ଓଡିଶାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟରେ ପୁଣି କୋରୋନାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ 216 ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା ।
ତେବେ ଗଞ୍ଜାମରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଆଜି (ମଙ୍ଗଳବାର) ଗଞ୍ଜାମରେ 6 ଜଣ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ପୁରୀ, ଖୋର୍ଦ୍ଧା ଓ ଯାଜପୁରରେ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତଙ୍କ ମୄତ୍ୟୁ ଘଟିଛି ।