ଭୁବନେଶ୍ବର: ରାଜଧାନୀରେ ବଢି ଚାଲିଛି କୋରୋନା ସଂକ୍ରମଣ ମାମଲା । ଏମିତିରେ ଶନିବାର ଭୁବନେଶ୍ବରରେ ଚିହ୍ନଟ ହୋଇଛି 9ଟି ନୂଆ ମାମଲା । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ଅନ୍ୟ 8 ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ଏଥିସହ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 283ରେ ପହଞ୍ଚିଛି ।
ଭୁବନେଶ୍ବରେ ସଦ୍ୟ ଚିହ୍ନଟ 8 ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ 4 ଜଣ ସିରିପୁର ବସ୍ତି ଅଞ୍ଚଳର ଲକ୍ଷ୍ମୀ ବଜାରର ହୋଇଥିବା ବେଳେ ଜଣେ ଆରବିଆଇ ସୁରକ୍ଷାକର୍ମୀ ଓ ଅନ୍ୟ 3 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛି । ସେପଟେ ଦିଲ୍ଲୀରୁ ଫେରି ଏୟାରପୋର୍ଟ କଲୋନୀର 26 ବର୍ଷୀୟା ଯୁବତୀ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ତାଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ଶନିବାର ଏହାର ରିପୋର୍ଟ ପଜିଟିଭ ଆସିଛି ।