ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ମୃତ୍ୟୁ ହାର । ଚିକିତ୍ସାଧୀନ ଅବସ୍ଥାରେ ଆଜି ପୁଣି ରାଜ୍ୟରେ 9 ଜଣ ପ୍ରାଣ ହରାଇଛନ୍ତି । ଆଜିକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା 314ରେ ପହଞ୍ଚିଛି ।
କଟକର 23 ବର୍ଷର ଯୁବକ ଓ 72 ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେହିପରି ଗଞ୍ଜାମର 73, 82 ଓ 36 ବର୍ଷୀୟ ପୁରୁଷ, କନ୍ଧମାଳର 61 ବର୍ଷୀୟ ପୁରୁଷ, ମୟୂରଭଞ୍ଜର 58 ଓ 60 ବର୍ଷୀୟ ପୁରୁଷ, ସୁନ୍ଦରଗଡର 81 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ସମସ୍ତେ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।