ଓଡିଶା

odisha

By

Published : Sep 19, 2020, 11:36 AM IST

ETV Bharat / city

ରାଜ୍ୟରେ ପୁଣି କୋରୋନା ନେଲା 9 ଜୀବନ, ବରଗଡରୁ 2ଜଣଙ୍କ ମୃତ୍ୟୁ

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ରାଜ୍ୟରେ ପୁଣି କୋରୋନାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 691ରେ ପହଞ୍ଚିଛି ।

ରାଜ୍ୟରେ ପୁଣି କୋରୋନା ନେଲା 9 ଜୀବନ
ରାଜ୍ୟରେ ପୁଣି କୋରୋନା ନେଲା 9 ଜୀବନ

ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ନେଲା 9 ମୁଣ୍ଡ । ଦିନକୁ ଦିନ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ରାଜ୍ୟରେ ପୁଣି କୋରୋନାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 691ରେ ପହଞ୍ଚିଛି ।

9 ଜଣ ମୃତକଙ୍କ ମଧ୍ୟରେ ବରଗଡର ଦୁଇ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ଜଣ, କଟକରୁ ଜଣେ, ଗଜପତିରୁ ଜଣେ, ପୁରୀରୁ ଜଣେ, ରାୟଗଡାରୁ ଜଣେ ଏବଂ ସମ୍ବଲପୁରରୁ ଜଣେ ଆକ୍ରାନ୍ତ ରହିଛନ୍ତି । ତେବେ ରାଜ୍ୟରେ ଏଯାବତ୍ 691 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details