ଓଡିଶା

odisha

ETV Bharat / city

ରାଜ୍ୟରେ ଶିକ୍ଷିତ ବେକାରୀ ସଂଖ୍ୟା 9 ଲକ୍ଷ, ଗଞ୍ଜାମରେ ସର୍ବାଧିକ

ରାଜ୍ୟରେ ପଞ୍ଜିକୃତ ଶିକ୍ଷିତ ବେକାରୀ ସଂଖ୍ୟା 9 ଲକ୍ଷ ରହିଛି । ଏହାର ସୂଚନା ଦେଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରମାନନ୍ଦ ନାୟକ। ଆଗକୁ ପଢନ୍ତୁ..

ରାଜ୍ୟରେ ପଞ୍ଜିକୃତ ଶିକ୍ଷିତ ବେକାରୀ ସଂଖ୍ୟା 9 ଲକ୍ଷ

By

Published : Nov 17, 2019, 12:02 AM IST

ଭୁବନେଶ୍ବର: ରାଜ୍ୟରେ ଶିକ୍ଷିତ ବେକାର ସଂଖ୍ୟାକୁ ନେଇ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ରଖିଲେ ମତ । କହିଲେ ବର୍ତ୍ତମାନ ରାଜ୍ୟରେ ମୋଟ ୯ ଲକ୍ଷ ୨୧ ହଜାର ୪୪୮ ଶିକ୍ଷିତ ବେକାର ଅଛନ୍ତି । ତେବେ ଅଣପଞ୍ଜିକୃତ ସଂଖ୍ୟା କେତେ ତା ର ତଥ୍ୟ ନାହିଁ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫, ୫୫୬ ଜଣ ଶିକ୍ଷିତ ବେକାର ରହିଛନ୍ତି । 2011 -12 ରୁ 2019- 20 ମଧ୍ୟରେ ନିଯୁକ୍ତି ଭିତ୍ତିକ ତାଲିମ ଜରିଆରେ 90, 890 ଜଣଙ୍କୁ ତାଲିମ ଦିଆଯାଇଛି । ସେମାନଙ୍କ ମଧ୍ୟରୁ 20 ହଜାର 507 ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେପି ବିଧାୟିକା କୁସୁମ ଟେଟେ ଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରମାନନ୍ଦ ନାୟକ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details