ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ତାମିଲନାଡୁର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଛନ୍ତି 3ଟି କୁମ୍ଭୀର ଓ 8ଟି ଆନାକୋଣ୍ଡା । ତେବେ ସେମାନଙ୍କ ବୟସ 2ରୁ 3 ବର୍ଷ ହେବ ବୋଲି ସୂଚନା ମିଳିଛି ।
କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ହାତୀ ମୃତ୍ୟୁ ମନରୁ ଲିଭିନଥିବା ବେଳେ ନନ୍ଦନକାନଙ୍କୁ ଆସିଛନ୍ତି ନୂଆ ଅତିଥି । ଏହି ଅତିଥି ମଙ୍ଗଳବାର ସନ୍ଧ୍ୟା 6ଟାରେ ଆସିଛନ୍ତି ।
ତେବେ ନନ୍ଦନକାନନ ଆସିଥିବା 8ଟି ଅନାକୋଣ୍ଡା ଭିତରୁ 4ଟି ଅଣ୍ଡିରା ଓ ଅନ୍ୟ 4ଟି ମାଇ ରହିଛନ୍ତି । ସେହିପରି 3ଟି ମହିଳା କୁମ୍ଭୀର ରହିଛନ୍ତି ।
ଏମାନଙ୍କୁ ଆଣିବା ପାଇଁ ନନ୍ଦନକାନନର ଏକ ଟିମ୍ ମାଡ୍ରାସ ଯାଇଥିଲା । ଏମାନଙ୍କ ବୟସ ପାଖପାଖି 2ରୁ 3 ବର୍ଷ ହେବା ସହ ବର୍ତ୍ତମାନ ଏହି ସରୀସୃପମାନେ ଏକ ସ୍ଵତନ୍ତ୍ର କୋଠରୀରେ ରଖିଛନ୍ତି । ଏହି ନୂଆ ଅତିଥୀଙ୍କୁ ଆସନ୍ତା ସପ୍ତାହରେ ସାଧାରଣ ଲୋକମାନଙ୍କ ପାଇଁ ପ୍ରଦର୍ଶିତ କରାଯିବ ବୋଲି ନନ୍ଦନକାନନର ଡେପୁଟି ଡାଇରେକ୍ଟର ଜୟନ୍ତ ଦାସ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବାକାଶ ଦାସ, ଇଟିଭି ଭାରତ