ଓଡିଶା

odisha

ETV Bharat / city

ଅଷ୍ଟମ ଦୂରଦର୍ଶୀ କ୍ରୀଡା ସମ୍ମାନ 2019 ଆରମ୍ଭ - ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ

ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ 114 ତମ ଜୟନ୍ତୀ ଦିବସ ପାଳିବ ସାରା ଦେଶ । ଏହି ଉପଲକ୍ଷେ ପ୍ରତିବର୍ଷ ଦୂରଦର୍ଶୀ କ୍ରୀଡା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଆସୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 29, 2019, 4:28 AM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ଅଷ୍ଟମ ଦୂରଦର୍ଶୀ କ୍ରୀଡା ସମ୍ମାନ 2019 । ମହାନ କ୍ରୀଡ଼ାବିତ ତଥା ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ପ୍ରତିବର୍ଷ ଦୂରଦର୍ଶୀ କ୍ରୀଡା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଆସୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳିତବର୍ଷ ଭାରତୀୟ ମହିଳା ଫୁଟବଲ ଦଳର ପ୍ରଶିକ୍ଷିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପାରା ଆଥଲେଟିକ ଜୟନ୍ତୀ ବେହେରା, ଓଡିଶା ଭଲିବଲ ସଙ୍ଘର ସମ୍ପାଦକ ଡ଼ ଗଗନେନ୍ଦୁ ଦାସ, ଧାବକ ବୁଦ୍ଧାଦିତ୍ୟ ସ୍ବାଇଁ, ମହିଳା କ୍ରୀଡା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ, ଟେବୁଲ ଟେନିସ ଖେଳାଳି ଶ୍ଵେତପଦ୍ମ ଦଳାଇ, କରାଟେରେ ରିତେଶ ମହାନ୍ତି, କ୍ରୀଡା ପ୍ରଶିକ୍ଷକ ଶୁଭେନ୍ଦୁ ସାମନ୍ତରାୟ, ଯାଜପୁର ଜିଲ୍ଲା କ୍ରୀଡା ସଙ୍ଘ ସଭାପତି ସମ୍ବିତ ମହାନ୍ତି, ହ୍ୟାଣ୍ଡ ବଲରେ ଆରୟନ ବ୍ରାହିଂନ, ଓଡିଶା ବ୍ୟାଡମିଣ୍ଟନ ସଭାପତି ଷ୍ଟାଲିନ ପରିଜାଙ୍କୁ ଅଷ୍ଟମ ଦୂରଦର୍ଶୀ କ୍ରୀଡା ସମ୍ନାନ 2019 ରେ ସମ୍ମାନିତ କରାଯାଇଛି ।

ଅନ୍ୟପଟେ ଏହି ସଭାର ସଭାପତିତ୍ବ ସମ୍ପାଦକ ଦୁର୍ଗା ସାମନ୍ତରାୟ କରିଥିବାବେଳେ ମୁଖ୍ୟ ଅତିଥି ଭାବେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details