ଓଡିଶା

odisha

ETV Bharat / city

ଆସନ୍ତକାଲିଠୁ ଅଷ୍ଟମ ଶ୍ରେଣୀ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ

ଆସନ୍ତକାଲିଠାରୁ ଆରମ୍ଭ ହେବ ଅଫ୍‌ଲାଇନରେ ଅଷ୍ଟମ ଶ୍ରେଣୀ ପାଠପଢ଼ା । ପାଠପଢ଼ା ସମୟରେ ସମସ୍ତ SOP କଟକଣା ମାନିବାକୁ ନିର୍ଦ୍ଦେଶ ରହିଛି । ଉଭୟ ଅନଲାଇନ୍ ଏବଂ ଅଫ୍‌ଲାଇନ କ୍ଲାସ୍ ଜାରି ରହିବ । ଅଧିକ ପଢ଼ନ୍ତୁ...

ଆସନ୍ତକାଲିଠୁ ଅଷ୍ଟମ ଶ୍ରେଣୀ ଅଫଳାଇନ ପାଠପଢ଼ା ଆରମ୍ଭ
ଆସନ୍ତକାଲିଠୁ ଅଷ୍ଟମ ଶ୍ରେଣୀ ଅଫଳାଇନ ପାଠପଢ଼ା ଆରମ୍ଭ

By

Published : Oct 24, 2021, 4:18 PM IST

ଭୁବନେଶ୍ବର:ସୋମବାରଠାରୁ ଅଫ୍‌ଲାଇନ ରେ ଅଷ୍ଟମ ଶ୍ରେଣୀ ପଠାପଢ଼ା ଆରମ୍ଭ ହେବ । କ୍ଳାସ ରୁମ୍‌ରେ ପାଠ ପଢି଼ିବେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଦିନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ ଶ୍ରେଣୀ କ୍ଲାସ । ତେବେ ସ୍କୁଲରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବନି । ଉଭୟ ଅନଲାଇନ୍ ଏବଂ ଅଫ୍‌ଲାଇନ କ୍ଲାସ୍ ଜାରି ରହିବ। ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକଙ୍କ ଅନୁମତିରେ ଅଫ୍‌ଲାଇନ କ୍ଲାସରେ ଯୋଗ ଦେବେ । ଛାତ୍ରଛାତ୍ରୀଙ୍କୁ କୌଣସି ରନ୍ଧା ହୋଇଥିବା ଖାଦ୍ୟ ପରିବେଷଣ କରାଯିବ ନାହିଁ ।

ତାହା ବଦଳରେ ଛାତ୍ରଛାତ୍ରୀଙ୍କୁ ପୂର୍ବ ଭଳି ଶୁଖିଲା ରାସନ ପ୍ରଦାନ କରାଯିବ । କୋଭିଡ- ୧୯ ନିୟମ ଓ ସାମାଜିକ ଦୂରତା ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ହଷ୍ଟେଲରେ ରହିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭିଭାବକଙ୍କ ସମ୍ମତି ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଦିନରେ ପାଠପଢ଼ା ହେବନାହିଁ । କେବଳ ପିଲାଙ୍କ ସହ ଆଲୋଚନା କରିବେ ଶିକ୍ଷକଶିକ୍ଷୟତ୍ରୀ ପରିଚାଳନା କମିଟି । 27, 28 ଓ 29 ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷାସ୍ତର ଆକଳନ ହେବ । ଏଥିପାଇଁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ 25 ଓ 26 ତାରିଖରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗୀତା, ସଂଗୀତଗାନ, ଚିତ୍ରାଙ୍କନ, ମାଟିକାମ, କୋଭିଡ ସମୟରେ ସମୟ କିପରି ବିତାଇଲେ ତାହା ଉପରେ ଆଲୋଚନା କରାଯିବ।

ପିଲାମାନେ ମୁକ୍ତଭାବରେ ବିଦ୍ୟାଳୟ ଭିତରେ ବୁଲିବା, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା, ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ମଧ୍ୟ ଆଲୋଚନା କରାଯିବ। ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା କରାଯିବ । ଛାତ୍ରଛାତ୍ରୀଙ୍କ ମନରେ ବିଦ୍ୟାଳୟ ଓ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଷଷ୍ଠ ଶ୍ରେଣୀର ପାଠ ଉପରେ ଛାତ୍ରଛାତ୍ରୀଙ୍କ କିଛି ଧାରଣା ରହିଥାଇପାରେ । ଏହାକୁ ଦୃଷ୍ଟିରେ ରଖି ସବୁପିଲାଙ୍କ ଶିକ୍ଷା ସ୍ତରର ଏକ ପରୀକ୍ଷା କରାଯିବ । 27 ତାରିଖରେ ଓଡ଼ିଆ, 28 ତାରିଖରେ ଗଣିତ ଓ 29 ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ସମୟସୀମା ମାତ୍ର 1 ଘଣ୍ଟା ରହିବ । ପ୍ରଶ୍ନପତ୍ର ଓସେପା ଓ SCERT ପକ୍ଷରୁ ଯୋଗାଇ ଦିଆଯିବ । ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନଥିବେ, ପ୍ରଧାନଶିକ୍ଷକ ବା ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ ।

ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ । ହାର ବିଶ୍ଳେଷଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଆକଳନ ଶେଷ ହେବାପରେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା (Remedia Teaching) ପ୍ରଧାନଶିକ୍ଷକଙ୍କ ଦ୍ଵାରା କରାଯିବା। ଯଦି କୌଣସି ଶିକ୍ଷକ ବା ଛାତ୍ରଛାତ୍ରୀ ଥଣ୍ଡା ବା କଫ ଜନିତ ରୋଗରେ ପୀଡ଼ିତ ଥିଲେ, ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଯେଉଁ ସ୍ଥାନରେ କୋରୋନା ସଂକ୍ରମଣ ହାର ଅଧିକ ରହିଥିବା ସେହି ସ୍ଥାନ ଗୁଡ଼ିକରେ ଥିବା ବିଦ୍ୟାଳୟ ଖୋଲିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ ।

ଅଷ୍ଟମ ଶ୍ରେଣୀ ଅଫ୍‌ଲାଇନ କ୍ଲାସ ଆରମ୍ଭ ନେଇ ନିଷ୍ପତ୍ତି ପରେ ବର୍ତ୍ତମାନ ଷଷ୍ଠ ସପ୍ତମ ଶ୍ରେଣୀ ଖୋଲିବା ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି । ତେବେ ଏହାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details