ଓଡିଶା

odisha

ETV Bharat / city

କୋରୋନାର ଦ୍ରୁତ ସଂକ୍ରମଣ: ରାଜ୍ୟରେ 24 ଘଣ୍ଟାରେ 8914 ପଜିଟିଭ ଚିହ୍ନଟ - today corona report

ବେକାବୁ କୋରୋନା । ରାଜ୍ୟରେ ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 8 ହଜାର 914 ନୂଆ ଆକ୍ରାନ୍ତ । ଅଧିକ ପଢନ୍ତୁ...

କୋରୋନାର ଦ୍ରୁତ ସଂକ୍ରମଣ: ରାଜ୍ୟରେ 24 ଘଣ୍ଟାରେ 8914 ପଜିଟିଭ ଚିହ୍ନଟ
କୋରୋନାର ଦ୍ରୁତ ସଂକ୍ରମଣ: ରାଜ୍ୟରେ 24 ଘଣ୍ଟାରେ 8914 ପଜିଟିଭ ଚିହ୍ନଟ

By

Published : May 3, 2021, 8:00 AM IST

ଭୁବନେଶ୍ବର:ରାଜ୍ୟରେ କୋରୋନା ଗ୍ରାଫ ଉପର ମୁହାଁ । ଦୈନିକ ସଂକ୍ରମଣ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଦୈନିକ ସଂକ୍ରମଣ 8 ହଜାର ପାର କରୁଥିବା ବେଳେ ଆଜି ମଧ୍ୟ ଏହା 8 ହଜାର ପାର କରିଛି । ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି ଚିହ୍ନଟ ହେଲେ 8 ହଜାର 914 ନୂଆ କୋରୋନା ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1258 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ 592, କଟକରୁ 587, ପୁରୀରୁ 530, ସମ୍ବଲପୁରରୁ 520, ବରଗଡରୁ 452, ନବରଙ୍ଗପୁରରୁ 433, ଝାଡସୁଗୁଡାରୁ 304, ଭଦ୍ରକରୁ 351, ଅନୁଗୁଳରୁ 331, ନୂଆପଡାରୁ 278, କଳାହାଣ୍ଡିରୁ 236, ଗଞ୍ଜାମରୁ 262, ଯାଜପୁରରୁ 232, ନୟାଗଡରୁ 194, ବାଲେଶ୍ବରରୁ 179, ବଲାଙ୍ଗୀରରୁ 291, ବୈଦ୍ଧରୁ 175, ଦେଓଗଡରୁ 103, ଢେଙ୍କାନାଳରୁ 149, ଗଜପତିରୁ 165, ରାୟଗଡାରୁ 157, କୋରାପୁଟରୁ 145, ମୟୂରଭଞ୍ଜରୁ 134, ସୋନପୁରରୁ 121, ଜଗତସିଂହପୁରରୁ 109, କେନ୍ଦ୍ରାପଡାରୁ 132, କେନ୍ଦୁଝରରୁ 104, ମାଲକାନଗିରିରୁ 73, କନ୍ଧମାଳରୁ 62, ଏବଂ ଷ୍ଟେଟପୁଲରୁ 255 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details