ଭୁବନେଶ୍ବର: ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରରେ ନନ୍ଦିନୀ ଶତପଥୀଙ୍କ ଫଟୋ ସେୟାର କରି ଲେଖିଛନ୍ତି, ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତି କ୍ଷେତ୍ରରେ ତାଙ୍କ ଅବଦାନ ଓ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଥିବା ସୃଜନ ସୃଷ୍ଚି ପାଇଁ ସେ ସର୍ବଦା ସ୍ମରଣୀୟ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହା 89 ତମ ଜନ୍ମ ଜୟନ୍ତୀ । ନନ୍ଦିନୀ ଶତପଥୀ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ତାଙ୍କ ଟ୍ବିଟରେ ମାଧ୍ୟମରେ ନନ୍ଦିନୀ ଶତପଥୀଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।