ଭୁବନେଶ୍ବର: ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ । ରବିବାର 9ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ24 ଘଣ୍ଟାରେ ପୁଣି 8 ହଜାର 313 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 4655 ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ରହିଥିବା ବେଳେ 3658 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 974, ଅନୁଗୋଳରୁ 505, ବାଲେଶ୍ବରରୁ 452, ବରଗଡ଼ରୁ 279, ଭଦ୍ରକରୁ 117, ବଲାଙ୍ଗୀରରୁ 119, ବୌଦ୍ଧରୁ 209, କଟକରୁ 593, ଦେବଗଡ଼ରୁ 55, ଢେଙ୍କାନାଳରୁ 407, ଗଜପତିରୁ 85, ଗଞ୍ଜାମରୁ 129, ଜଗତସିଂହପୁରରୁ 280, ଯାଜପୁରରୁ 354 ଜଣ ଚିହ୍ନଟ ହୋଇଛନ୍ତି ।