ଭୁବନେଶ୍ବର: ଜଳସେଚନ ନେଇ ବିଧାନସଭାରେ ପ୍ରଶ୍ନକାଳରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସୂଚନା । ରାଜ୍ୟରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୮୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ ବୋଲି ସୂଚନା ଦେଇଛନ୍ତି । ବାବଦରେ 2681.73 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଗୃହରେ ସୂଚନା ଦେଲେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଏହାଦ୍ବାରା ରାଜ୍ୟର ୧ ଲକ୍ଷରୁ ଊର୍ଦ୍ଧ୍ବ ହେକ୍ଟର ଚାଷଜମି ଜଳସେଚିତ ହେବା ନେଇ ମନ୍ତ୍ରୀଙ୍କ ସୂଚନା ।
82 ପ୍ରକଳ୍ପ ମାଧ୍ୟମରେ 1.07 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ: ରଘୁନନ୍ଦନ ଦାସ - 82 Mega irrigation project
ରାଜ୍ୟରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୮୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ ବୋଲି ସୂଚନା ଦେଇଛନ୍ତି । ବାବଦରେ 2681.73 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏଥି ସମେତ ରାଜ୍ୟ ସରକାର ମୋଟ 92ଟି ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପାଖାପାଖି 1ଲକ୍ଷ 7316 ହେକ୍ଟର ଅଧିକ ଚାଷ ଜମିକୁ ଜଳସେଚନ ହୋଇପାରିବ କଥା କହିଛନ୍ତି । ଏହାସହ 64ଟି ସ୍କିମରେ ଜଳ ଯୋଗାଣ କରାଯାଉଥିବା କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Aug 1, 2019, 2:45 PM IST