ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ କ୍ରମଶଃ ତଳ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୮ ବର୍ଷ କମ୍ ୧୦୬ ଜଣ ଶିଶୁ ଓ କିଶୋର -କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୪୭୫ ଜଣ ଓ ୩୪୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
STATE CORONA: ଦିନକରେ ୮୧୬ ପଜିଟିଭ, ୧୦୬ ଶିଶୁ ଆକ୍ରାନ୍ତ - କୋରୋନା ଆକ୍ରାନ୍ତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୯୧ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ ୧୩, ବାଲେଶ୍ବରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗୀରରୁ ୩, କଟକରୁ ୧୧୬, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୯, ଗଞ୍ଜାମରୁ ୯, ଜଗତସିଂହପୁରରୁ ୩୪, ଯାଜପୁରରୁ ୩୧, ଝାରସୁଗୁଡାରୁ ୧, କଳାହାଣ୍ତିରୁ ୪, କନ୍ଧମାଳରୁ୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡାରୁ ୧, ପୁରୀ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲ୍ରୁ ୬୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪ହଜାର ୮୭୫ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ