ଓଡିଶା

odisha

ETV Bharat / city

ମାଡିଆସୁଛି 'ଫନି': ମୁକାବିଲା ପାଇଁ କଟକ ମୁଣ୍ଡୁଳିରୁ ବାହାରିଲା 8 ଏନଡିଆରଏଫ ଟିମ୍

ସାମୁଦ୍ରିକ ଘୂର୍ଣ୍ଣିଝଡ 'ଫନି'ର ମୁକାବିଲା ପାଇଁ ଆଜି ଏନଡିଆରଏଫ କାର୍ଯ୍ୟାଳୟ କଟକ ମୁଣ୍ଡୁଳି ଠାରୁ ୮ଟି ଟିମ ବାହାରିଛନ୍ତି ।

By

Published : May 1, 2019, 10:20 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଭୟଙ୍କର ରୂପରେ ମାଡିଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ 'ଫନି'। ଏହାର ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ରାଜ୍ୟ ସରକାର । ଏଥିପାଇଁ

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହେବା ଆଶଙ୍କା କରି ଜଗତସିଂହପୁରକୁ ୩ଟି ଟିମ, ପୁରୀକୁ ୩ଟି ଟିମ ଓ ଭଦ୍ରକକୁ ୨ଟି ଟିମ ଗସ୍ତ କରିଛନ୍ତି । ଏଥିରେ ସମସ୍ତ ପ୍ରକାର ଉନ୍ନତ ଆଧୁନିକ ଯନ୍ତ୍ରପାତି ସହ ବୋଟ ଓ ଲାଇଟ ଟର୍ଚ୍ଚ ନେଇ ଗନ୍ତବ୍ଯ ସ୍ଥଳକୁ ବାହାରିଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଓ ରେଡ୍‌ ଆଲର୍ଟ ଜାରି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details