ଭୁବନେଶ୍ବର: ସାରା ବିଶ୍ବରେ ମହାମାରୀ କୋରୋନା ଏବେ କାୟା ବିସ୍ତାର କରିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାମାରୀର ମୁକାବିଲା ପାଇଁ ସାରା ବିଶ୍ବ ଏବେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାସହ ଦେଶରେ ମଧ୍ୟ କଠୋର କଟକଣା ଜାରି ରହିଛି । 22 ମାର୍ଚ୍ଚରୁ ଟ୍ରେନ ବାତିଲ ହୋଇଥିବା ବେଳେ ବିମାନ ବସ ମଧ୍ୟ ମାର୍ଚ୍ଚ 31 ପର୍ଯ୍ୟନ୍ତ ସାରା ଦେଶରେ ବାତିଲ ହୋଇଛି ।
ଯଦ୍ବାରା ଏବେ ଦେଶର ଅନେକ ଲୋକ ଅନେକ ସ୍ଥାନରେ ଅଟକି ରହିଛନ୍ତି । ଆଉ ଏଥିରୁ ବାଦ ପଡିନାହାଁନ୍ତି ଓଡିଆ ଲୋକ ମଧ୍ୟ । ମହାରାଷ୍ଟ୍ରରେ ବର୍ତ୍ତମାନ ସ୍ଥିତିରେ କୋରୋନା ବ୍ୟାପୁଥିବା ବେଳେ ସେଠାରେ ଫସିରହିଛନ୍ତି ଅନେକ ଓଡିଆ ଛାତ୍ରଛାତ୍ରୀ । ତୁରନ୍ତ ଉଦ୍ଧାର ପାଇଁ ସମସ୍ତ ଛାତ୍ରଛାତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।