ଭୁବନେଶ୍ବର: ଗତ 3 ବର୍ଷରେ ରାଜ୍ୟରେ କେତେ ହାତୀଙ୍କ ମୃତ୍ୟୁ ହୋଇଛି ? ଶେଷ ଥର ପାଇଁ କେବେ ହାତୀ ଗଣନା ହୋଇଥିଲା ? ରାଜ୍ୟରେ ହାତୀଙ୍କ ସ୍ଥିତି କଣ ? ଓଡିଶାରେ ହାତୀ ବଂଶ ବୁଡିଯିବା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ସତ୍ୟ କି ? କୋରାପୁଟ ଜିଲ୍ଲାରେ ହାତୀଙ୍କ ସଂଖ୍ୟା କେତେ ? ବିଧାନସଭା ଶୂନ୍ୟକାଳରେ ଆଜି ଏଭଳି ଏକାଧିକ ପ୍ରଶ୍ନ କରିବା ସହ ହାତୀଙ୍କ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେର ଦୁଇ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ।
ଉତ୍ତର ଦେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ରାଜ୍ୟରେ ହାତୀ ବଂଶ ବୁଡିଯିବା ସ୍ଥିତି ଅଭିଯୋଗ ଅସତ୍ୟ । ୨୦୧୯-୨୦ ରୁ ୨୦୨୧-୨୨ ଅର୍ଥାତ ଗତ ୩ ବର୍ଷରେ ରାଜ୍ୟରେ ମୋଟ ୨୪୫ଟି ହାତୀଙ୍କ ମୃତ୍ୟୁ ଘଟିଛି । ସେହିଭଳି ମନ୍ତ୍ରୀ କହିଛନ୍ତି ଗତ ୧୦ ବର୍ଷରେ ୭୮୪ ଟି ହାତୀଙ୍କ ମୃତ୍ୟୁ ଘଟିଛି। ୨୦୧୨-୧୩ ରୁ ୨୦୨୧-୨୨ ମଧ୍ୟରେ ଏହି ହାତୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୩୪ ଟି ହାତୀ ଶିକାରୀଙ୍କ ଦ୍ବାରା ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଏହାବାଦ ଭିନ୍ନ ଭିନ୍ନ ଦୁର୍ଘଟଣାରେ ୩୬ଟି ହାତୀ ମରିଛନ୍ତି। ଏତତ ବ୍ୟତୀତ ରେଳ ଦୁର୍ଘଟଣାରେ ୩୦ଟି ଓ ସଡକ ଦୁର୍ଘଟଣାରେ ୬ଟି ହାତୀର ମୃତ୍ୟୁ ହୋଇଛି