ଓଡିଶା

odisha

ETV Bharat / city

STATE CORONA; ଦିନକରେ 771 ପଜିଟିଭ ଚିହ୍ନଟ, 117 ଶିଶୁ ଆକ୍ରାନ୍ତ

ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ। ହେଲେ ଚିନ୍ତା ବଢାଉଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 771 କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥଇମଧ୍ୟରେ କେବଳ 117 ଶିଶୁ ଆକ୍ରାନ୍ତ । ଅଧିକ ପଢନ୍ତୁ...

STATE CORONA; ଦିନକରେ 771 ପଜିଟିଭ ଚିହ୍ନଟ,117 ଶିଶୁ ଆକ୍ରାନ୍ତ
STATE CORONA; ଦିନକରେ 771 ପଜିଟିଭ ଚିହ୍ନଟ,117 ଶିଶୁ ଆକ୍ରାନ୍ତ

By

Published : Sep 9, 2021, 9:39 AM IST

ଭୁବନେଶ୍ବର : ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ। ହେଲେ ଚିନ୍ତା ବଢାଉଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ଶିଶୁ ସଂକ୍ରମିତ ୧୦୦ ପାର କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 771 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ 117 ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 448 ଜଣ ଥିବା ବେଳେ 323 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 327 ଜଣ ଥିବାବେଳେ ଅନୁଗୋଳରୁ 16, ବାଲେଶ୍ବରରୁ 41, ବରଗଡ଼ରୁ 3, ଭଦ୍ରକରୁ 15, ବଲାଙ୍ଗୀରରୁ 2, କଟକରୁ 71, ଦେବଗଡ଼ରୁ 5, ଢେଙ୍କାନାଳରୁ 12, ଗଞ୍ଜାମରୁ 4 , ଜଗତସିଂହପୁରରୁ 26, ଯାଜପୁରରୁ 34, ଝାରସୁଗୁଡାରୁ 9, କଳାହାଣ୍ତିରୁ 1, କେନ୍ଦ୍ରାପଡ଼ାରୁ 14, କେନ୍ଦୁଝରରୁ 5, କୋରାପୁଟରୁ 11, ମାଲକାନଗିରିରୁ 3, ମୟୂରଭଞ୍ଜରୁ 19, ନବରଙ୍ଗପୁରରୁ 3, ନୟାଗଡ଼ରୁ 11, ନୂଆପଡାରୁ 1, ପୁରୀ 21, ରାୟଗଡ଼ାରୁ 11, ସମ୍ବଲପୁରରୁ 17, ସୁନ୍ଦରଗଡ଼ରୁ 13 ଏବଂ ଷ୍ଟେଟ ପୁଲ୍‌ରୁ 76 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା10 ଲକ୍ଷ 14ହଜାର 338ରେ ପହଞ୍ଚିଛି । ଏହାସହ 7042 ସକ୍ରିୟ ସଂକ୍ରମିତ ରହିଥିବା ବେଳେ 9 ଲକ୍ଷ 99ହଜାର 165 ଏଯାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୁଧବାର ସୁଧା 1କୋଟି 86 ଲକ୍ଷ 64 ହଜାର 74 ସାମ୍ପୁଲ ଏ ଯାଏଁ ପରୀକ୍ଷା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details