ଓଡିଶା

odisha

ETV Bharat / city

ଜାତୀୟ ବିକାଶ କ୍ଷେତ୍ରରେ ରେଳପଥର ଭୂମିକା ଅତୁଳନୀୟ, ଶରଦ ଶ୍ରୀବାସ୍ତବ - ପୂର୍ବତଟ ରେଳବାଇ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ

ପୂର୍ବତଟ ରେଳବାଇ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ । ଏହି ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଅଧିକ ପଢ଼ନ୍ତୁ

76th independence day celebration by east cost railway in bhubaneswar
ଜାତୀୟ ବିକାଶ କ୍ଷେତ୍ରରେ ରେଳପଥର ଭୂମିକା ଅତୁଳନୀୟ, ଶରଦ ଶ୍ରୀବାସ୍ତବ

By

Published : Aug 16, 2022, 10:56 AM IST

ଭୁବନେଶ୍ବର:ପୂର୍ବତଟ ରେଳବାଇ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ବର ସ୍ଥିତ ରେଳବାଇ ଷ୍ଟାଡିୟମରେ ସ୍ବାଧିନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଯୋଗ ଦେଇଥିଲେ । ନୂତନ ଲାଇନ ଏବଂ ଦୋହରୀକରଣ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ମହିପୁର- ନୁଆଗାଓଁ (13.05 କିମି) ନୂତନ ଲାଇନ ସମ୍ପ୍ରତି ସମାପ୍ତ ହୋଇଛି। 2022-23 ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ 128 କିଲୋମିଟର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଛି ।

ରେଳ ଭିତ୍ତିଭୂମିକୁ ଆହୁରି ବିସ୍ତାର କରିବା ଲକ୍ଷ୍ୟନେଇ 25ଟି ସର୍ଭେକୁ ଅନୁମତି ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ 2022-23ରେ ପୂର୍ବତଟ ରେଳପଥକୁ 9343 କୋଟି ଟଙ୍କାର ବଜେଟ ପ୍ରବନ୍ଧନ କରାଯାଇଛି । ଯାହାକି ଆଜିପର୍ଯ୍ୟନ୍ତ ବଜେଟ ଅନୁଦାନ କ୍ଷେତ୍ରରେ ସର୍ବାଧିକ ବୋଲି ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି । ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳପଥ 2027 ସୁଦ୍ଧା 3000 ନିୟୁତ ଟନ ମାଲ ବୋଝେଇ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି। ଯେଉଁଥିରେ ପୂର୍ବତଟ ରେଳପଥର ଏକ ପ୍ରମୁଖ ଅଂଶ। 500 ନିୟୁତ ଟନ ମାଲ ବୋଝେଇ କରିବାକୁ ଲକ୍ଷଧାର୍ଯ୍ୟ କରାଯାଇଛି ।

ଏହି ସଫଳତା ପାଇଁ ଅନେକ ଗୁଡିଏ ଭିତ୍ତିଭୂମି ମୂଳକ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଅଛି । ଯାହାଦ୍ବାରା ରେଳ ଭିତ୍ତିଭୂମି ବିସ୍ତାର ଓ ରେଳ ପରିସୀମାରେ ଗତିଶୀଳତା ବୃଦ୍ଧି ପାଇଁ ପାର୍ବତ୍ୟାଞ୍ଚଳ ଓ ଶିଳ୍ପାଞ୍ଚଳକୁ ସଂଯୋଗ ସ୍ଥାପିତ ହୋଇପାରିବ । ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ସବୁ ରେଳମଣ୍ଡଳ ଗୁଡିକରେ ଗତି ଶକ୍ତି ୟୁନିଟ ଗଠନ କରାଯାଇଛି ବୋଲି ଶରଦ କୁମାର ଶ୍ରୀବାସ୍ତବ ତାଙ୍କ ଅଭିଭାଷଣରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details