ଓଡିଶା

odisha

ETV Bharat / city

STATE CORONA: ଦିନକରେ 762 ପଜିଟିଭ, 102 ଶିଶୁ ଆକ୍ରାନ୍ତ

ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ। ହେଲେ ଚିନ୍ତା ବଢାଉଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 762 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

STATE CORONA; ଦିନକରେ 762 ପଜିଟିଭ ଚିହ୍ନଟ,102 ଶିଶୁ ଆକ୍ରାନ୍ତ
STATE CORONA; ଦିନକରେ 762 ପଜିଟିଭ ଚିହ୍ନଟ,102 ଶିଶୁ ଆକ୍ରାନ୍ତ

By

Published : Sep 8, 2021, 9:31 AM IST

ଭୁବନେଶ୍ବର:ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ। ହେଲେ ଚିନ୍ତା ବଢାଉଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ଶିଶୁ ସଂକ୍ରମିତ ୧୦୦ ପାର କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 762 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ 102 ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 443 ଜଣ ଥିବା ବେଳେ 319 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 314 ଜଣ ଥିବାବେଳେ ଅନୁଗୋଳରୁ 20, ବାଲେଶ୍ବରରୁ 17, ବରଗଡ଼ରୁ 13, ଭଦ୍ରକରୁ 9, ବଲାଙ୍ଗୀରରୁ 2, କଟକରୁ 119, ଦେବଗଡ଼ରୁ 1, ଢେଙ୍କାନାଳରୁ 9, ଗଜପତିରୁ 1, ଗଞ୍ଜାମରୁ 4, ଜଗତସିଂହପୁରରୁ 24, ଯାଜପୁରରୁ 19, ଝାରସୁଗୁଡାରୁ 4, କଳାହାଣ୍ତିରୁ 1, କନ୍ଧମାଳରୁ 1, କେନ୍ଦ୍ରାପଡ଼ାରୁ 21, କେନ୍ଦୁଝରରୁ 7, କୋରାପୁଟ 6, ମାଲକାନଗିରିରୁ 1, ମୟୂରଭଞ୍ଜରୁ 29, ନବରଙ୍ଗପୁରରୁ 2, ନୟାଗଡ଼ରୁ 3, ନୂଆପଡାରୁ 3, ପୁରୀ 16, ରାୟଗଡ଼ାରୁ 6, ସମ୍ବଲପୁରରୁ 7, ସୋନପୁରରୁ 3 ସୁନ୍ଦରଗଡ଼ରୁ 26 ଏବଂ ଷ୍ଟେଟ ପୁଲ୍‌ରୁ74 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା10 ଲକ୍ଷ 13ହଜାର 567ରେ ପହଞ୍ଚିଛି । ଏହାସହ 6 ହଜାର 853 ସକ୍ରିୟ ସଂକ୍ରମିତ ରହିଥିବା ବେଳେ 9 ଲକ୍ଷ 98ହଜାର 591 ଏଯାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମଙ୍ଗଳବାର ସୁଧା 1କୋଟି 85 ଲକ୍ଷ 99 ହଜାର 37 ସାମ୍ପୁଲ ଏ ଯାଏଁ ପରୀକ୍ଷା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details