ଭୁବନେଶ୍ବର: ଆଜି 74ତମ ସ୍ବାଧୀନତା ଦିବସ ପାଳୁଛି ସମଗ୍ର ଦେଶ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡିଆରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଛନ୍ତି । କୋରୋନା ମହାମାରୀକୁ ନେଇ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପଇସା ଅଭାବରୁ କୌଣସି ରୋଗୀ ସେବାରୁ ବଞ୍ଚିତ ହେବେନାହିଁ ।
ଭୁବନେଶ୍ବର-74 ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଛନ୍ତି ।
ଆନନ୍ଦପୁର- ୭୪ତମ ସ୍ବାଧୀନତା ଦିବସ ଆନନ୍ଦପୁର ଷ୍ଟାଡିୟମରେ ନିରାଡମ୍ବର ଭାବେ ପାଳନ କରାଯାଇଛି । ସରକାରଙ୍କ କୋରୋନା କଟକଣା ଅନୁଯାୟୀ ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ନିର୍ଦ୍ଧାରିତ ସମୟରେ ପତାକା ଉତ୍ତୋଳନ କରିଛନ୍ତି ।
ବାଲେଶ୍ବର-74ତମ ସ୍ବାଧୀନତା ଦିବସ ଅବସରରେ ବାଲେଶ୍ବରରେ କୋରୋନା କଟକଣା ଭିତରେ ତ୍ରିରଙ୍ଗା ଉଡିଛି । ଏହି ଅବସରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପତାକା ଉତ୍ତୋଳନ କରିଛନ୍ତି ।
ରାଇରଙ୍ଗପୁର-ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର କଚେରି ପଡିଆଠାରେ ୭୪ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପତାକା ଉତ୍ତୋଳନ କରିଛନ୍ତି ।
ରାୟଗଡା-74ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ରାୟଗଡା ସ୍ଥାନୀୟ GCD ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଛି । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପତାକା ଉତ୍ତୋଳନ କରିଛନ୍ତି ।
ଢେଙ୍କାନାଳ-କୋଭିଡ କଟକଣା ମଧ୍ୟରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପଡ଼ିଆରେ ପାଳିତ ହୋଇଯାଇଛି ୭୪ତମ ସ୍ବାଧୀନତା ଦିବସ । ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ଖୋର୍ଦ୍ଧା-ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡିଆ ପରିସରରେ ଜିଲ୍ଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି ।
ଭଦ୍ରକ-ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟ ପଡିଆଠାରେ 74 ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ସମ୍ବଲପୁର-ସମ୍ବଲପୁରରେ 74 ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ କଚେରୀ ଛକରୁ ଜେଲ ଛକ ସଂଲଗ୍ନ ରାସ୍ତାରେ ପାଳିତ ହୋଇଯାଇଛି । ଏଥିରେ ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
କୋରାପୁଟ-କୋରାପୁଟରେ ସ୍ଥାନୀୟ ପୋଲିସ ପ୍ୟାରେଡ଼ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ରାଜ୍ୟ କ୍ରୀଡା ତଥା ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ଅନୁଗୋଳ-କୋଭିଡ କଟକଣା ପାଇଁ ଅନୁଗୋଳ ଜିଲ୍ଲା ସଦର ମହକୁମାରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି 74 ତମ ସ୍ବାଧୀନତା ଦିବସ । ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।