ଓଡିଶା

odisha

ETV Bharat / city

Odisha Covid Recovery Report : ଆଜି ସୁସ୍ଥ ହେଲେ 7487 କୋରୋନା ସଂକ୍ରମିତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୪୮୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 22 ହଜାର 867କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report : ଆଜି ସୁସ୍ଥ ହେଲେ 7487 କୋରୋନା ସଂକ୍ରମିତ
Odisha Covid Recovery Report : ଆଜି ସୁସ୍ଥ ହେଲେ 7487 କୋରୋନା ସଂକ୍ରମିତ

By

Published : Feb 3, 2022, 10:28 PM IST

ଭୁବନେଶ୍ବର :ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୪୮୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 22 ହଜାର 867କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ୨୪୬୬ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୫୫୧ ଓ କଟକରୁ ୪୭୯ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ସୁନ୍ଦରଗଡରୁ ୪୨୬, ବାଲେଶ୍ବରରୁ ୩୦୨, ଯାଜପୁରରୁ ୨୧୭, କେନ୍ଦୁଝରରୁ ୨୧୬ ଓ ନୟାଗଡରୁ ୧୯୨ ଆରୋଗ୍ୟ ଲାଭ କରିଛନ୍ତି । ସମ୍ବଲପୁରରୁ ୧୭୯, କୋରାପୁଟରୁ ୧୬୬, କଳାହାଣ୍ତିରୁ ୧୪୫, ବଲାଙ୍ଗୀରରୁ ୧୩୯, ମୟୂରଭଞ୍ଜରୁ ୧୩୪, ବରଗଡରୁ ୧୨୯ ଓ ଜଗତସିଂହପୁରରୁ ୧୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ନବରଙ୍ଗପୁରରୁ ୧୧୯, ଅନୁଗୋଳରୁ ୧୧୦, ଢେଙ୍କାନାଳରୁ ୧୦୮, ପୁରୀରୁ ୧୦୫, ଭଦ୍ରକରୁ ୯୩, ଦେଓଗଡରୁ ୮୯ ଓ ସୋନପୁରରୁ ୮୩ ଜଣ କୋରୋନାକୁ ମାତ ଦେଇଛନ୍ତି । ଗଞ୍ଜାମରୁ ୮୦, କନ୍ଧମାଳରୁ ୭୪, ରାୟଗଡାରୁ ୬୭, ଝାରସୁଗୁଡାରୁ ୬୬, କେନ୍ଦ୍ରାପଡାରୁ ୬୦ ,ବୌଦ୍ଧରୁ ୪୪ ଓ ମାଲକାନଗିରିରୁ ୩୮ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୪୮୭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details