ଓଡିଶା

odisha

ETV Bharat / city

Birthday Celebration Hospital: ଅର୍ଦ୍ଧଦଗ୍ଧ ଶିଶୁପୁତ୍ର ପାଇଲା ନୂଆ ଜୀବନ, ଡାକ୍ତରଖାନାରେ ଜନ୍ମଦିନ ପାଳନ

ଗରମ ପାଣି ପଡି ଶରୀରର ଅଧାରୁ ଅଧିକ ପୋଡିଯାଇଥିବା ଶିଶୁପୁତ୍ର ପାଇଲା ନୂଆ ଜୀବନ । ଡାକ୍ତରଖାନାରେ ପାଳିଲେ ଜନ୍ମଦିନ(birthday celebration hospital) । ଅଧିକ ପଢନ୍ତୁ

By

Published : Nov 24, 2021, 8:28 AM IST

ଅର୍ଦ୍ଧଦଗ୍ଧ ଶିଶୁପୁତ୍ର ପାଇଲା ନୂଆ ଜୀବନ, ଡାକ୍ତରଖାନାରେ ଜନ୍ମଦିନ ପାଳନ
ଅର୍ଦ୍ଧଦଗ୍ଧ ଶିଶୁପୁତ୍ର ପାଇଲା ନୂଆ ଜୀବନ, ଡାକ୍ତରଖାନାରେ ଜନ୍ମଦିନ ପାଳନ

ଭୁବନେଶ୍ବର: 70 ଭାଗ ପୋଡି ଯାଇଥିବା ଜଣେ ଶିଶୁ ପାଇଲା ନୂଆ ଜୀବନ । ଡାକ୍ତରଖାନାରେ ଜନ୍ମଦିନ ପାଳିଲେ (birthday celebration hospital) ପରିବାର ଲୋକଙ୍କ ଠୁ ଡାକ୍ତର। ଗରମ ପାଣି ପଡିଯିବାରୁ ଏଭଳି ଅଘଟଣ ଘଟିଥିଲା ।


ସୂଚନା ଅନୁଯାୟୀ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ରହୁଥିବା ଅଟୋଚାଳକ ବିପିନ୍ କୁମାର ସାହୁଙ୍କ ପୁଅ ବେଦାଂଶୁ ଦେହରେ ଗରମ ପାଣି ପଡି ଯାଇଥିଲା । ଗତ ନଭେମ୍ବର 9 ତାରିଖରେ ଗ୍ୟାସ୍ ଚୁଲ୍ଲାରେ ବସିଥିବା ଗରମ ପାଣିର ହାଣ୍ଡି ତାଙ୍କ ଶରୀର ଉପରେ ପଡିଯିବାରୁ ୭୦ ଭାଗ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲ୍ ଏବଂ ପରେ ସମ୍ ହସ୍ପିଟାଲ(Sum Hospital)ରେ ଭର୍ତ୍ତି କରିଥିଲେ ପରିବାର ଲୋକେ ।


ତୁରନ୍ତ ତାଙ୍କୁ ବର୍ନ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଏହାପରେ ବେଦାଂଶୁ ଧିରେ ଧିରେ ସୁସ୍ଥ ହୋଇଥିଲେ । ଖୁବଶୀଘ୍ର ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ । ତେବେ ଗତକାଲି(ମଙ୍ଗଳବାର) ତାଙ୍କ ଜନ୍ମଦିନ ଥିବାବେଳେ ଡାକ୍ତରଖାନାରେ ତାଙ୍କର ଜନ୍ମଦିନ ପାଳନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details