ଓଡିଶା

odisha

ETV Bharat / city

ମୁକ୍ତିଦାତା ସାଜିଲେ ଗାନ୍ଧୀ, ଜେଲରୁ ମୁକୁଳିଲେ ୭ କଏଦୀ - ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ୩ଟି ଜେଲରୁ ମୁକୁଳିଛନ୍ତି ୭ଜଣ କଏଦୀ । ଏନେଇ ଜେଲ ଓ କଏଦୀ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଟ୍ବିଟ ଜରିଆରେ ସୁଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 3, 2019, 3:33 AM IST

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ଅବସରରେ ଜେଲରୁ ମୁକୁଳିଲେ କଏଦୀ । ରାଜ୍ୟର ୩ଟି ଜେଲରୁ ମୁକୁଳିଛନ୍ତି ୭ଜଣ କଏଦୀ । ଗାନ୍ଧୀ ଜୟନ୍ତୀ ଅବସରରେ ସେମାନଙ୍କର ମୁକ୍ତିଦାତା ସାଜିଛନ୍ତି ମହାତ୍ମା ଗାନ୍ଧୀ । କେନ୍ଦୁଝର ଜେଲରୁ ୫ଜଣ, ଚୌଦ୍ବାର ଜେଲରୁ ଜଣେ, ଝାରୁସୁଗୁଡା ଜେଲରୁ ଜଣେ ଲେଖାଏଁ ମୋଟ ୭ଜଣ କଏଦୀ ମୁକୁଳିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଏନେଇ ଜେଲ ଓ କଏଦୀ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଟ୍ବିଟ ଜରିଆରେ ସୁଚନା ଦେଇଛନ୍ତି । ତେବେ ଜେଲରୁ ମୁକୁଳିବା ପରେ ମହାତ୍ମାଗାନ୍ଧୀଙ୍କ ଫଟୋରେ ଫୁଲମାଳ ଦେଇ ଆର୍ଶିବାଦ ନେଇଛନ୍ତି । ତେବେ ଏମାନେ ଜେଲରେ ହତ୍ୟା, ଦୁଷ୍କର୍ମ ଓ ପିଲାଚୋରି ଭଳି ଅନେକ ସଙ୍ଗୀନ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇ ସଜା କାଟୁଥିଲେ । ତେବେ ସେମାନଙ୍କ ସଂସ୍କାର ମୁଳକ ସ୍ବଭାବ ଓ ପରିବର୍ତ୍ତନ ଯୋଗୁଁ ତାଙ୍କୁ ମୁକ୍ତି ପାଇଁ ଗୃହ ବିଭାଗର ଏକ ଗଠିତ ଟିମ ଦ୍ବାରା ନିଷ୍ପତି ଆଧାରରେ ସେମାନେ ମୁକ୍ତି ପାଇଛନ୍ତି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details