ଓଡିଶା

odisha

ETV Bharat / city

ପର୍ଯ୍ୟଟକଙ୍କ ପାଇଁ ନୂଆ ପ୍ରକ୍ରିୟା, ରହିବା ପାଇଁ 300 ରୁମର ବ୍ୟବସ୍ଥା - ପର୍ଯ୍ୟଟନ ସଚିବ ବିଶାଲ ଦେବ

ଡେଷ୍ଟିନେସନ୍‌ର ବିକାଶ ଏବଂ ପର୍ଯ୍ୟଟକଙ୍କ ରହିବା ପାଇଁ 300 ରୁମ୍‌ର ବ୍ୟବସ୍ଥା କରାଯିବ । ଏହି 40 ଡେଷ୍ଟିନେସନରେ 700ରୁ ଅଧିକ ଲୋକ ରହିବାର ବ୍ୟବସ୍ଥା କରାଯିବ ।

ରାଜ୍ୟରେ ଖୋଲିବ 7ଟି ନୂଆ ଇକୋଟୁରିଜିମ ଡେଷ୍ଟିନେସନ
ରାଜ୍ୟରେ ଖୋଲିବ 7ଟି ନୂଆ ଇକୋଟୁରିଜିମ ଡେଷ୍ଟିନେସନ

By

Published : Nov 27, 2019, 4:56 PM IST

ଭୁବନେଶ୍ବର: ରାଜ୍ୟରେ ଇକୋ ଟୁରିଜିମ୍‌ର ବିକାଶ ସହ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବୁଧବାର ଲୋକସେବା ଭବନର ଇକୋ ଟୁରିଜିମ ବୋର୍ଡ ମିଟିଂରେ ଇକୋ ଟୁରିଜିମ୍ ଡେଷ୍ଟିନେସନର ବିକାଶ ନେଇ ଆଲୋଚନା ହୋଇଛି ।

ରାଜ୍ୟରେ ଖୋଲିବ 7ଟି ନୂଆ ଇକୋଟୁରିଜିମ ଡେଷ୍ଟିନେସନ

ରାଜ୍ୟରେ ଏବେ ମୋଟ 40ଟି ଇକୋ ଟୁରିଜିମ ଡେଷ୍ଟିନେସନ ରହିଛି । ଏହି ଡେଷ୍ଟିନେସନ୍‌ର ବିକାଶ ପାଇଁ ଏବଂ ପର୍ଯ୍ୟଟକଙ୍କ ରହିବା ପାଇଁ 300 ରୁମ୍‌ର ବ୍ୟବସ୍ଥା କରାଯିବ । ଏହି 40 ଡେଷ୍ଟିନେସନରେ 700ରୁ ଅଧିକ ଲୋକ ରହିବାର ବ୍ୟବସ୍ଥା କରାଯିବ ।

ଏହାସହ ଖୁବଶୀଘ୍ର ନୂଆ 7ଟି ଇକୋଟୁରିଜିମ ଡେଷ୍ଟିନେସନ ଖୋଲିବ । ଏହାକୁ ମିଶାଇ ରାଜ୍ୟରେ ମୋଟ 47ଟି ଇକୋ ଟୁରିଜିମ ଡେଷ୍ଟିନେସନ ହେବ । ଏଠାରେ ବୋଟିଂ ସୁବିଧା ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ଏଥିପାଇଁ ପ୍ରାଥମିକ ପ୍ରର୍ଯ୍ୟାୟରେ ଓଟିଡିସି ଏହାର ଦାୟିତ୍ଵ ନେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ପ୍ରାଇଭେଟ୍‌କୁ ଦିଆଯିବ ବୋଲି ସୂଚନା ରହିଛି।


ସୂଚନା ଅନୁସାରେ, ବିଗତ ବର୍ଷ ତୁଳନାରେ ଚଳିତବର୍ଷ ଇକୋଟୁରିଷ୍ଟ କ୍ଷେତ୍ରରେ ବୁକିଂ ବଢିଛି । ଚଳିତଥର 20 ଲକ୍ଷ ପର୍ଯ୍ୟଟକ ଆସିଥିବା ସୂଚନା ରହିଛି। ଏହାସହ ଏଥର ନାଇଟ୍-ଷ୍ଟେ ଟୁରିଷ୍ଟଙ୍କ ସଂଖ୍ୟା ବଢିଛି । ଏହି ଇକୋ ଟୁରିଜିମ୍ ଡେଷ୍ଟିନେସନ ମାନଙ୍କରେ ରହିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ପର୍ଯ୍ୟଟନ ଓ ଜଙ୍ଗଲ ପରିବେଶ ବି ଭୁହମ୍ ଷ୍ଟେ ଟୁରିଜିମ୍ ପଲିସି କରିବେ ।

ଇକୋ ଟୁରିଜିମ୍ ଡେଭ୍ଲପମେଣ୍ଟ ପାଇଁ ଗାଇଡ୍ଙ୍କୁ ସ୍ଵତନ୍ତ୍ର ଟ୍ରେନିଂ ଦିଆଯିବ । ଇକୋ ଡେଷ୍ଟିନେସନ ଲୋକାଲ କମିଟି ମଧ୍ୟ ଗଠନ କରାଯିବ । ସେଠାରେ
ହୋଟେଲର ବ୍ୟବସ୍ଥା କରାଯିବ । ମ୍ୟାନେଜମେଣ୍ଟ ସ୍ବାସ୍ଥ୍ୟସେବା ଏବଂ ଘର ସଫେଇ ଆଦିର ସୁବିଧା ଯୋଗାଇ ଦିଆଯିବ ।


ଏନେଇ ବୁଧବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଡେଭଲପମେଣ୍ଟ କମିଶନର ସମେତ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା ଓ ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details