ଭୁବନେଶ୍ବର:ମିଳିଲା ୭୦୦ ଗ୍ରାମ ବ୍ରାଉନସୁଗାର ଖବର । ହେଲେ ପୋଲିସ ପହଞ୍ଚି ସର୍ଚ୍ଚ ବେଳେ ମିଳିଲା ମାତ୍ର ୭ ଗ୍ରାମର ବ୍ରାଉନସୁଗାର । ଏଭଳି ଏକ ବ୍ରାଉନସୁଗାର ଡିଲ୍ ବେଳେ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।
ପଟିଆ ଛକ ନିକଟ ପେଟ୍ରୋଲ ପମ୍ପ କଡରେ ଏଭଳି ହାଇପ୍ରୋଫାଇଲ ଡିଲ ବେଳେ ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗାର ସହ ୪୭ ହଜାର ଟଙ୍କା ସହ ୭ଟି ମୋବାଇଲ ଫୋନ ଓ ଗୋଟିଏ କାର (OD 02 BH 7489) ଜବତ କରିଛି । ବଡ କଥା ହେଲା ଏତେ ପରିମାଣର କାରବାର ହେଉଥିବା ପୋଲିସ ସାମ୍ନାରେ କିପରି ଭୁଲ ହେଲା । କିପରି ଖସିଗଲା ଏତେ ପରିମାଣର ବ୍ରାଉନ ସୁଗାର ? କିଏ ଏହା ପଛର କାର୍ପଟଦାର ? କଣ ସେମାନଙ୍କ ଆଖି ସାମ୍ନାରୁ ପୋଲିସର ନଜର ଆଢୁଆଳରେ ବ୍ରାଉନସୁଗାର ଖସାଇଦେବାରେ ସକ୍ଷମ ହେଲେ କି ବ୍ରାଉନସୁଗାର ସପ୍ଲାୟର । ନା ପୋଲିସକୁ ମିଳିଥିବା ଖବର ଦୁର୍ବଳ ଥିଲା ?