ଓଡିଶା

odisha

ETV Bharat / city

ରେଳ ବଜେଟରେ ଓଡିଶାକୁ ମିଳିଛି 6995 କୋଟି - railway grant in odisha

ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୬ ହଜାର ୯ ଶହ ୯୫ କୋଟି ୫୮ ଲକ୍ଷର ଅର୍ଥ ରାଶି । ଅଧିକ ପଢନ୍ତୁ.....

ରେଳ ପାଇଁ ରାଜ୍ୟକୁ  5528 ନୁହେଁ 6995 କୋଟି, ସ୍ପଷ୍ଟ କଲା ରେଲଓ୍ବେ
ରେଳ ପାଇଁ ରାଜ୍ୟକୁ 5528 ନୁହେଁ 6995 କୋଟି, ସ୍ପଷ୍ଟ କଲା ରେଲଓ୍ବେ

By

Published : Feb 4, 2021, 5:35 PM IST

Updated : Feb 4, 2021, 5:51 PM IST

ଭୁବନେଶ୍ବର: ରେଳ ବଜେଟରେ ଓଡ଼ିଶାକୁ ମିଳିଥିବା ଅନୁଦାନ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟକୁ ମିଳିଥିବା ଅନୁଦାନ ନେଇ ବିସ୍ତୃତ ସୂଚନା ଦେଇଛି ରେଲୱେ । ଚଳିତବର୍ଷ ବଜେଟରେ ରାଜ୍ୟକୁ ମୋଟ ୬ ହଜାର ୯ ଶହ ୯୫ କୋଟି ୫୮ ଲକ୍ଷର ଅର୍ଥ ରାଶି ମିଳିଥିବା ଜଣା ପଡିଛି ।

ରେଳ ପାଇଁ ରାଜ୍ୟକୁ 5528 ନୁହେଁ 6995 କୋଟି, ସ୍ପଷ୍ଟ କଲା ରେଲଓ୍ବେ

ରାଜ୍ୟରେ ନିର୍ମାଣାଧୀନଥିବା ରେଳ ପ୍ରକଳ୍ପ, ନୂଆ ଲାଇନ ନିର୍ମାଣ, ବିଭିନ୍ନ ଲାଇନର ଦୋହରୀକରଣ ପ୍ରକ୍ରିୟା, କିଛି ଲାଇନର ଆଧୁନିକୀକରଣ ଆଦି ପ୍ରକଳ୍ପ ପାଇଁ ଏହି ଅନୁଦାନ ରଶି ବରାଦ ହୋଇଥିବା ସୂଚନା ଦେଇଛି ରେଲଓ୍ବେ । ନୂଆ ଲାଇନ ନିର୍ମାଣ ପାଇଁ ୧୫୫୩ କୋଟି ଓ ଦୋହରିକରଣ ପାଇଁ ୧୭୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଗତବର୍ଷ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ 520 କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଚଳିତ ବଜେଟରେ ଏହି ରାଶିକୁ 1000 କୋଟିକୁ ବୃଦ୍ଧି କରାଯାଇଛି । ଚଳିତବର୍ଷର ଅନୁଦାନ ରାଶି ଗତବର୍ଷ ଅପେକ୍ଷା ୬୦% ଅଧିକ ବୋଲି କହିଛି ରେଲଓ୍ବେ । ଗତବର୍ଷ ଓଡିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ଦେଇଥିଲା କେନ୍ଦ୍ର ।

ଏଥର ରେଳ ବଜେଟରେ ଓଡିଶାକୁ ମାତ୍ର 5528 କୋଟି ଟଙ୍କା ମିଳିଥିବା କହି ରାଜ୍ୟ ଅବହେଳିତ ହୋଇଥିବା କଥା କହିଥିଲା ରାଜ୍ୟ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ନୈରାଶଜନକ କହିବା ସହିତ ଓଡିଶା ରେଳ କ୍ଷେତ୍ରରେ ଉପକ୍ଷିତ ହୋଇଥିବା ଅଭିଯୋଗ କରିଥିଲେ । ସେହିପରି ରାଜ୍ୟ କଂଗ୍ରସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରେଳ ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ରାଜ୍ୟକୁ 5528 କୋଟି ନୁହେଁ ମୋଟ 6995 କୋଟି ଟଙ୍କାର ଅନୁଦାନ ରାଶି ମିଳିଥିବା କଥା ସ୍ପଷ୍ଟ କରିଛି ରେଲଓ୍ବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 4, 2021, 5:51 PM IST

ABOUT THE AUTHOR

...view details