ଭୁବନେଶ୍ବର:ସମ୍ବିଧାନର ପ୍ରଣେତା ବାବାସାହେବଡକ୍ଟର ଭୀମରାଓ ଆମ୍ବେଦକରଙ୍କ 65ତମ ମହାପ୍ରୟାଣ ବା ଶ୍ରାଦ୍ଧ ଦିବସ ଭାରତୀୟ ଜନତା ପାର୍ଟି(BJP) ରାଜ୍ୟ କାର୍ଯ୍ୟାଳୟଠାରେ ପାଳିତ ହୋଇଛି । ବିଜେପି ପକ୍ଷରୁ ସମ୍ବିଧାନର ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ବହୁ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଛନ୍ତି । ଦଳିତ ଏବଂ ଉପେକ୍ଷିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆମ୍ବେଦକରଙ୍କ ଭୂମିକା ଚିର ସ୍ମରଣୀୟ ବୋଲି କହିଛି ବିଜେପି ।