ଓଡିଶା

odisha

ଦିନକରେ ରାଜ୍ୟରୁ 6527 ଆକ୍ରାନ୍ତ ସୁସ୍ଥ

By

Published : May 2, 2021, 9:49 PM IST

ରାଜ୍ୟରୁ ଦିନକରେ 6527 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 97 ହଜାର 575ରେ ପହଞ୍ଚିଲା ।

ଦିନକରେ ରାଜ୍ୟରୁ 6527 ଆକ୍ରାନ୍ତ ସୁସ୍ଥ
ଦିନକରେ ରାଜ୍ୟରୁ 6527 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଦିନକରେ ରାଜ୍ୟରୁ 6 ହଜାର 527 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 961 ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ 682 ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 680, ଝାରସୁଗୁଡାରୁ 449, ପୁରୀରୁ 394, କଟକରୁ 380, ନୂଆପଡାରୁ 342, ବରଗଡରୁ 312, ସମ୍ବଲପୁରରୁ 264, ନବରଙ୍ଗପୁରରୁ 246, ବଲାଙ୍ଗୀରରୁ 231, କେନ୍ଦୁଝରରୁ 194, ଗଞ୍ଜାମରୁ 150, ଯାଜପୁରରୁ 133, ମୟୂରଭଞ୍ଜରୁ 122, ରାୟଗଡାରୁ 98, ନୟାଗଡରୁ 88, ଭଦ୍ରକରୁ 85, ବାଲେଶ୍ବରରୁ 79, ଗଜପତିରୁ 76, ଜଗତସିଂହପୁରରୁ 71, ଅନୁଗୋଳରୁ 49, ଦେବଗଡରୁ ଏବଂ କେନ୍ଦ୍ରାପଡାରୁ 47, କୋରାପୁଟରୁ 42, କନ୍ଧମାଳରୁ 35, ବୌଦ୍ଧରୁ 29, ମାଲକାନଗିରିରୁ 22, ଢେଙ୍କାନାଳରୁ 16, ସୋନପୁରରୁ 10 ଏବଂ ଷ୍ଟେଟ ପୋଲ 193 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 3 ଲକ୍ଷ 97 ହଜାର 575 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details