ଭୁବନେଶ୍ବର: କଥାରେ ଅଛି ବୃକ୍ଷ ହିଁ ଜୀବନ । ପରିବେଶ ସୁରକ୍ଷାରେ ବୃକ୍ଷର ସ୍ଥାନ ଅତୁଳନୀୟ । ଏସବୁ ଜାଣି ମଧ୍ୟ ଏହାର ସୁରକ୍ଷା ଦିଗରେ ନାହିଁ କାହାର ନଜର । କିନ୍ତୁ ମଣିଷ ଜୀବନରେ ବୃକ୍ଷର ସ୍ଥାନ ବୁଝିଛନ୍ତି 65 ବର୍ଷୀୟ ଧନେଶ୍ୱର ସାହୁ । ଆଉ ଏଥିପାଇଁ ସେ ଆରମ୍ଭ କରିଛନ୍ତି ସାଇକେଲରେ ସଚେତନତାର ବାର୍ତ୍ତା । ବୁଧବାର ସେ ବରଗଡ଼ର ଧନେଶ୍ୱରରୁ ଆସି ସାଇକେଲରେ ପହଞ୍ଚିଛନ୍ତି ଭୁବନେଶ୍ୱରରେ । ଆଉ ପିଲାଠରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଉଛନ୍ତି ଗୋଟିଏ ବାର୍ତ୍ତା । ଗଛ ଲଗାଅ ଜୀବନ ବଞ୍ଚାଅ ।
ସାଇକେଲରେ ବରଗଡରୁ ସ୍ମାର୍ଟସିଟି: ବୃକ୍ଷ ପ୍ରେମ ଆଗରେ ହାର ମାନିଛି ବୟସ - dhaneswar sahoo
ବରଗଡ଼ ସୋହେଲା ଅଞ୍ଚଳର 65 ବର୍ଷୀୟ ବୃଦ୍ଧ ଧନେଶ୍ୱର ସାହୁ । ପରିଣତ ବୟସରେ ମଧ୍ୟ ହାର ମାନି ନାହାଁନ୍ତି ଧନେଶ୍ୱର । ଭଙ୍ଗା ସାଇକେଲରେ ସେ ବୁଲୁଛନ୍ତି ରାଜ୍ୟରୁ ସହର। ଆଉ ପିଲାଠରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଉଛନ୍ତି ଗୋଟିଏ ବାର୍ତ୍ତା । ଗଛ ଲଗାଅ ଜୀବନ ବଞ୍ଚାଅ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ବରଗଡ଼ ସୋହେଲା ଅଞ୍ଚଳର 65 ବର୍ଷୀୟ ବୃଦ୍ଧ ଧନେଶ୍ୱର ସାହୁ । ପରିଣତ ବୟସରେ ମଧ୍ୟ ହାର ମାନି ନାହାଁନ୍ତି ଧନେଶ୍ୱର । ଭଙ୍ଗା ସାଇକେଲରେ ସେ ବୁଲୁଛନ୍ତି ରାଜ୍ୟରୁ ସହର । ତେବେ ପୂର୍ବରୁ ପାଦରେ ଚାଲି ଚାଲି ଲୋକଙ୍କୁ ସଚେତନ କରୁଥିବାବେଳେ ଏବେ ସାଇକେଲରେ ଏହି ନିଆରା ଯାତ୍ରା ଆରମ୍ଭ କରିଛନ୍ତି ଧନେଶ୍ୱର।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ