ଭୁବନେଶ୍ବର: ବାତ୍ୟା ୟସ୍ ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡିଶାକୁ 641.6 କୋଟି ଦେଲା କେନ୍ଦ୍ର । ସାମୁଦ୍ରିକ ବାତ୍ୟା ୟସ ଆଜି ଓଡିଶା ଉପକୂଳ ଦେଇ ଅତିକ୍ରମ କରିଛି । ପ୍ରାଥମିକ ପର୍ଯ୍ୟାୟରେ ବାତ୍ୟାର ମୁକାବିଲା ଓ ପୁନରଉଦ୍ଧାର ପାଇଁ ସହାୟତା ପ୍ରଦାନ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁପାରିଶ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସହାୟତା ଘୋଷଣା କିରଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ସୂଚନା ଦେଇଛନ୍ତି ।
ୟସ ସହାୟତା: ଓଡିଶାକୁ 641 କୋଟି ଦେଲା କେନ୍ଦ୍ର - ଓଡିଶା ଖବର
19:44 May 26
ଓଡିଶାକୁ 641.6 କୋଟି ଦେଲା କେନ୍ଦ୍ର
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ ଆଜି (ବୁଧବାର) ଲାଣ୍ଡଫଲ କରିଛି । ଏହା ଓଡିଶାର ବାଲେଶ୍ବରର ଦକ୍ଷିଣକୁ 20 କିମି ଦୂରକୁ ଅତିକ୍ରମ କରିଛି । ବାତ୍ୟା ୟସ ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ପ୍ରଭାବିତ ହୋଇଛି । ବିଶେଷ କରି ଓଡିଶାର ଉପକୂଳ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ବାତ୍ୟା ୟସ ବେଶ ପ୍ରଭାବ ପକାଇଛି । ବାତ୍ୟା ଓଡିଶା ଉପକୂଳରେ ଲାଣ୍ଡଫଲ କରିବା ଫଳରେ 120ରୁ 140 ବେଗ ପର୍ଯ୍ୟନ୍ତ ପବନ ବହିଥିଲା । ସମୁଦ୍ର କୂଳବର୍ତ୍ତୀ ଗାଁ ଗୁଡିକରେ ବନ୍ୟାପାଣି ପ୍ରବେଶ କରିଛି । ବାତ୍ୟା ପ୍ରଭାବରେ ବ୍ୟାପକ ଗଛପତ୍ର ଭାଙ୍ଗିବା ସହ ଘରଦ୍ବାର ଭାଙ୍ଗି ଯାଇଛି । ବାତ୍ୟାର ପୁନରଉଦ୍ଧାର ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ କାର୍ଯ୍ୟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ କେନଦ୍ର ସରକାର 641.6 କୋଟି ଟଙ୍କା ପ୍ରଦାନ କରିଛନ୍ତି ।
କେନ୍ଦ୍ର ସରକାର ରାଜ୍ୟର ବାତ୍ୟା ମୁକାବିଲା ପାଇଁ ଅର୍ଥ ସୁପାରିଶ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଅର୍ଥରେ ରାଜ୍ୟର ସରକାର ବାତ୍ୟା ମୁକାବିଲାର ରିଲିଫ, ଉଦ୍ଧାର, ପୁନରୁଦ୍ଧାର, ଥଇଥାନ କାର୍ଯ୍ୟ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ