ଭୁବନେଶ୍ବର: ହ୍ରାସ ପରେ ପୁଣି ବୃଦ୍ଧି ହେଲା କୋରୋନା ସଂକ୍ରମଣ । ଗତ ୨ଦିନ ତଳେ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସିଥିବା ବେଳେ ଆଜି ପୁଣି ୫ଶହ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୦୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ୯୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୩୫୩ ଜଣ ଥିବା ବେଳେ ୨୪୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: ଦିନକରେ ୬୦୨ ପଜିଟିଭ ଚିହ୍ନଟ, ୯୬ ଶିଶୁ ଆକ୍ରାନ୍ତ - କୋରୋନା ସଂକ୍ରମିତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୦୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ ଥିବାବେଳେ ଅନୁଗୋଳରୁ ୧୧, ବାଲେଶ୍ବରରୁ ୨୧, ବରଗଡରୁ ୨, ଭଦ୍ରକରୁ୫, କଟକରୁ ୫୪, ଦେଓଗଡରୁ ୧, ଢେଙ୍କାନାଳରୁ ୧୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୪, ଝାରସୁଗୁଡା ୨, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୭, କୋରାପୁଟରୁ ୪, ମୟୂରଭଞ୍ଜରୁ ୩୧, ନୟାଗଡ୧, ନୂଆପଡାରୁ ୧, ପୁରୀ ୨୧, ସମ୍ବଲପୁରରୁ ୧୩, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୯ ଏବଂ ଷ୍ଟେଟ ପୁଲ୍ରୁ ୬୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୪୭୬ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ