ଓଡିଶା

odisha

ETV Bharat / city

OPTCL ରେ ନିଯୁକ୍ତି ପାଇଲେ 60 ମ୍ୟାନେଜମେଣ୍ଟ ଟ୍ରେନି ଓ 175 ଜୁନିୟର ଟେକନିସିଆନ - ଓପିଟିସିଏଲରେ ନୂଆ ନିଯୁକ୍ତି

ଓପିଟିସିଏଲରେ 60 ମ୍ୟାନେଜମେଣ୍ଟ ଟ୍ରେନି ଓ 175 ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି ପ୍ରଦାନ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

OPTCL ରେ ନିଯୁକ୍ତି 60 ମ୍ୟାନେଜମେଣ୍ଟ ଟ୍ରେନି ଓ 175 ଜୁନିୟର ଟେକନିସିଆନ
OPTCL ରେ ନିଯୁକ୍ତି 60 ମ୍ୟାନେଜମେଣ୍ଟ ଟ୍ରେନି ଓ 175 ଜୁନିୟର ଟେକନିସିଆନ

By

Published : Jan 7, 2022, 10:03 AM IST

ଭୁବନେଶ୍ବର: OPTCL ରେ 60 ମ୍ୟାନେଜମେଣ୍ଟ ଟ୍ରେନି ଓ 175 ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି ପ୍ରଦାନ କଲେ ରାଜ୍ୟ ସରକାର । ରାଜ୍ୟରେ ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସହ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ଲୋକଙ୍କୁ ଯେପରି ୨୪ ଘଣ୍ଟା ବିଦ୍ୟୁତ ସେବା ମିଳିବ ସେଥିପାଇଁ ବ୍ୟବସ୍ଥା ସହ ବ୍ୟାପକ ବିନିଯୋଗ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

OPTCL ରେ ନିଯୁକ୍ତି 60 ମ୍ୟାନେଜମେଣ୍ଟ ଟ୍ରେନି ଓ 175 ଜୁନିୟର ଟେକନିସିଆନ

ନବନିଯୁକ୍ତ କର୍ମଚାରୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଉପସ୍ଥିତ ହୋଇଛନ୍ତି । ନବନିଯୁକ୍ତ କର୍ମଚାରୀଙ୍କୁ କାର୍ଯ୍ୟଶୈଳୀ ନେଇ ମୁଖ୍ୟମନ୍ତ୍ରୀ ବହୁ ପରାମର୍ଶ ଦେଇଛନ୍ତି । ଶକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସୁଚିନ୍ତିତ ଯୋଜନା ଯୋଗୁ ଆଜି ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ପାଲଟିଛି । 99 ଟି 33 କେଭି ସବଷ୍ଟେସନ ନିର୍ମାଣ ପାଇଁ 1800 କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହା ସହ 2010 ପରଠାରୁ ଓପିଟିସିଏଲରେ 2 ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

OPTCL ରେ ନିଯୁକ୍ତି 60 ମ୍ୟାନେଜମେଣ୍ଟ ଟ୍ରେନି ଓ 175 ଜୁନିୟର ଟେକନିସିଆନ



ଶକ୍ତି କ୍ଷେତ୍ରରେ ଭଲ କାମ ପାଇଁ OPTCL କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । କୃଷକ, ଉଦ୍ୟୋଗୀ ଏବଂ କ୍ଷୁଦ୍ର ଶିଳ୍ପଗୁଡିକ ନିରବଚ୍ଛିନ୍ନ ଭାବରେ ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ନବ ନିଯୁକ୍ତ କର୍ମଚାରୀ ସରକାରଙ୍କ 5T ମନ୍ତ୍ରକୁ ଅନୁସରଣ ଏବଂ ଗ୍ରହଣ କରିବାକୁ ସେ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିଶ୍ୱରେ ଦ୍ରୁତଗତିରେ ବୈଷୟିକ ପରିବର୍ତ୍ତନ ଘଟୁଛି, ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।



ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭିସି ଜରିଆରେ କଳାହାଣ୍ଡିରୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନୂତନ ନିଯୁକ୍ତଙ୍କୁ ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳର ସମସ୍ତଙ୍କୁ ବିଦ୍ୟୁତ୍ ଯୋଗାଣର ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, OPTCL ରାଜ୍ୟରେ ଏକ ସୁଦୃଢ ଟ୍ରାନ୍ସମିସନ ଭିତ୍ତିଭୂମି ଯୋଗାଇ ଦେଇଛି । ରାଜ୍ୟ PSU ରେ କାର୍ଯ୍ୟ କରୁଥିବା ଯୁବ କର୍ମଚାରୀ ପ୍ରତିବଦ୍ଧ, ସଜାଗ ରହି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାଗତ ଭାଷଣ ଦେଇଥିବାବେଳେ OPTCLର ନିର୍ଦ୍ଦେଶକ (ଅପରେସନ୍) ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details