ଓଡିଶା

odisha

ETV Bharat / city

ବ୍ୟାଙ୍କ ଡକାୟତି ଉଦ୍ୟମ ଘଟଣା: ଲୁଟେରାକୁ ଧରିଥିବା ୬ ଯୁବକ ଡିସିପିଙ୍କ ଦ୍ବାରା ସମ୍ମାନିତ

ବାଲିଅନ୍ତା ଥାନା ଅଟଳା ଫାଣ୍ଡି SBI ବ୍ରାଞ୍ଚରୁ ଲୁଟ୍ ଉଦ୍ୟମ ଘଟଣା । ଲୁଟେରାକୁ କାବୁ କରିଥିବା ୬ ଯୁବକଙ୍କୁ ସମ୍ମାନିତ କଲେ ଡିସିପି । ଅଧିକ ପଢନ୍ତୁ...

ବ୍ୟାଙ୍କ ଲୁଟେରାକୁ ଧରିଲେ, ପୋଲିସ ଦ୍ବାରା ସମ୍ମାନିତ ହେଲେ
ବ୍ୟାଙ୍କ ଲୁଟେରାକୁ ଧରିଲେ, ପୋଲିସ ଦ୍ବାରା ସମ୍ମାନିତ ହେଲେ

By

Published : Sep 1, 2021, 7:17 PM IST

Updated : Sep 1, 2021, 7:29 PM IST

ଭୁବନେଶ୍ବର:ବାଲିଅନ୍ତା ଥାନା ଅଟଳା ଫାଣ୍ଡି SBI ବ୍ରାଞ୍ଚରୁ ଡକାୟତି ଉଦ୍ୟମ ଘଟଣା । ଲୁଟେରାକୁ ଗୋଡାଇ ଗୋଡାଇ କାବୁ କରିବା ପରେ ଚର୍ଚ୍ଚାରେ ସ୍ଥାନୀୟ ଯୁବକ । ଯୁବକଙ୍କ ଏହି ସାହସିକତା ପାଇଁ ସେମାନଙ୍କୁ ସମ୍ମାନିତ କଲେ ଡିସିପି ଉମାଶଙ୍କର ଦାସ ।

ବ୍ୟାଙ୍କ ଡକାୟତି ଉଦ୍ୟମ ଘଟଣା: ଲୁଟେରାକୁ ଧରିଥିବା ୬ ଯୁବକ ଡିସିପିଙ୍କ ଦ୍ବାରା ସମ୍ମାନିତ

ସୂଚନାଯୋଗ୍ୟ, ମଙ୍ଗଳବାର ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ SBI ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ଖେଳନା ବନ୍ଧୁକ ମୁନରେ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରି ବ୍ୟାଙ୍କ ପାଚେରୀ ଡେଇଁ ଖସି ଯାଇଥିଲା ।

ବ୍ୟାଙ୍କ ଲୁଟେରାକୁ ଧରିଲେ, ପୋଲିସ ଦ୍ବାରା ସମ୍ମାନିତ ହେଲେ

ଏହାମଧ୍ୟ ପଢନ୍ତୁ:ବ୍ୟାଙ୍କରୁ ଚୋରି କରି ଖସିଯାଉଥିଲା ଡକାୟତ, ବିଲରେ ଗୋଡାଇ ଧରିଲେ ସ୍ଥାନୀୟ ଯୁବକ

ବ୍ୟାଙ୍କ ଲୁଟେରାକୁ ଧରିଲେ, ପୋଲିସ ଦ୍ବାରା ସମ୍ମାନିତ ହେଲେ

ଏହି ସମୟରେ ବ୍ୟାଙ୍କର ଜଣେ ଟେକ୍ନିକାଲରେ କାମ କରୁଥିବା କର୍ମଚାରୀ ଚିତ୍କାର କରିଥିଲେ । ପାଟି ଶୁଣି ସେଠାରେ ଖେଳୁଥିବା ସେହି ୬ ଜଣ ଯୁବକ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ କାଦୁଅ ବିଲରେ ଡକାୟତକୁ ଗୋଡେଇ ଗୋଡେଇ କାବୁ କରିଥିଲେ । ଯେଉଁଥିପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି ।

ବ୍ୟାଙ୍କ ଲୁଟେରାକୁ ଧରିଲେ, ପୋଲିସ ଦ୍ବାରା ସମ୍ମାନିତ ହେଲେ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 1, 2021, 7:29 PM IST

ABOUT THE AUTHOR

...view details