ଓଡିଶା

odisha

ETV Bharat / city

କୋରୋନାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ; 6ଟି ବିଷୟରେ ଆଲୋଚନା - କୋରୋନାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ

minister level meeting
କୋରୋନାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ; 6ଟି ବିଷୟରେ ଆଲୋଚନା

By

Published : Mar 26, 2020, 12:24 PM IST

Updated : Mar 26, 2020, 1:15 PM IST

12:19 March 26

କୋରୋନାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ; 6ଟି ବିଷୟରେ ଆଲୋଚନା

କୋରୋନାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ; 6ଟି ବିଷୟରେ ଆଲୋଚନା

ଭୁବନେଶ୍ବର: ଶେଷହେଲା ଲୋକସେବା ଭବନରେ ବସିଥିବା ମନ୍ତ୍ରୀସ୍ତରୀୟ ବୈଠକ । ବୈଠକରେ ମୁଖ୍ୟତଃ 6ଟି ବିଷୟରେ ହୋଇଛି ଆଲୋଚନା । ଶ୍ରମିକମାନଙ୍କ ସମସ୍ୟା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମେଡିକାଲ ସାମଗ୍ରୀ ଆମଦାନୀ, ଦରଦାମ୍‌ ବୃଦ୍ଧି, ଲକ୍‌ଡାଉନ୍‌କୁ କଡାକଡି ପାଳନ ସହିତ ମାସ୍କ ଓ ସାନିଟାଇଜର ଯୋଗାଇ ଦେବା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ।  

ବାହାର ରାଜ୍ୟରେ ରହୁଥିବା ଶ୍ରମିକ ମାନଙ୍କ ସମସ୍ୟା ବିଷୟରେ ବୈଠକରେ ଆଲୋଚନା ହେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମେଡିକାଲ ସାମଗ୍ରୀ ଆମଦାନୀ ଉପରେ ହୋଇଛି ଆଲୋଚନା । ବିଏମସି, ସିଏମସି ଓ ଜିଲ୍ଲାପାଳସ୍ତରରେ ଆମଦାନୀ ପାଇଁ ଦିଆଯାଇଛି ନିର୍ଦ୍ଦେଶ । ସେହିପରି ଦରଦାମ୍‌ ବୃଦ୍ଧି ଉପରେ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି ।  

ଏହାସହ ଲକ୍‌ଡାଉନ୍‌ ପାଳନକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ମାସ୍କ ଓ ସାନିଟାଇଜର୍ ଯୋଗାଇ ଦେବା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଲୋକସେବା ଭବନରେ ବସିଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧ୍ୟକ୍ଷତା କରିଥିଲେ ।  

ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସ୍ବାସ୍ଥ୍ୟ ସଚିବ, ଅର୍ଥ ସଚିବ, ପୋଲିସ ଡିଜି, ଡିଏମଇଟି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେପଟେ ଭିଡିଓ କନ୍ଫରେନ୍ସିଂରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 26, 2020, 1:15 PM IST

ABOUT THE AUTHOR

...view details