ଭୁବନେଶ୍ବର: ଭାରତର ପ୍ରସିଦ୍ଧ ଫ୍ୟାସନ ଓ ଲାଇଫ ଷ୍ଟାଇଲ ଇଭେଣ୍ଟ ଲାକମେ ଫ୍ୟାସନ ୱିକରେ ପ୍ରଦର୍ଶନ କରିବା ନିମନ୍ତେ ଏକ ଚୟନ ପ୍ରକ୍ରିୟା ଭୁବନେଶ୍ବରର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଆଇଏନଆଇ ଏଫଡି ଶିକ୍ଷାଅନୁଷ୍ଠାନର ପୂର୍ବାଞ୍ଚଳ ଶାଖାର ଫ୍ୟାସନ ଓ ଇଣ୍ଟେରିୟର ଡିଜାଇନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ଯେଉଁଥିରୁ 3 ଜଣ ଲେଖାଏଁ 6 ଜଣଙ୍କୁ ବିଚାରକ ମଣ୍ଡଳୀ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ନିର୍ବାଚିତ କରିଛନ୍ତି ।
ସେହି ବିଜୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଓଡ଼ିଶାର ସୌଭାଗ୍ୟ ଲକ୍ଷ୍ମୀ ରାଉତ ଇଣ୍ଟରିୟର ଡିଜାଇନ କ୍ଷେତ୍ରରେ ବିଜୟୀ ହୋଇଥିବା ବେଳେ ପ୍ରଥମ ରନର୍ସ ଅପ ଭାବେ ଏମଡି ଗୁଲସନ ଓ ଦ୍ଵିତୀୟ ରନର୍ସ ଅପ ଭାବେ ଜଗଜିତ କୌର ମନୋନୀତ ହୋଇଛନ୍ତି । ସେହିପରି ଫ୍ୟାସନ ଡିଜାଇନ କ୍ଷେତ୍ରରେ ବାଂଲାଦେଶର ସାଦିଆ ରୂପା ମନୋନୀତ ହୋଇଥିବାବେଳେ ପ୍ରଥମ ରନର୍ସ ଅପ ଭାବେ ସିଫା ସୟଦ ଓ ଦ୍ଵିତୀୟ ରନର୍ସ ଅପ ଭାବେ ମହିମା ମେହେରୋଟ୍ରା ମନୋନୀତ ହୋଇଛନ୍ତି ।